29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ୩୦୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ ୩୦୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରୁ ଆଉ ୩୦୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ୩୦୭ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୫ ଜଣ ହୋଇଥିବା ବେଳେ ୧୭୨ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ଓୟୁଟି କଲୋନୀରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୯ ଜଣ କର୍ମଚାରୀ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବରମୁଣ୍ଡାରୁ ୭, ଗଣ୍ଡମୁଣ୍ଡା ବସ୍ତିରୁ ୫ଟି ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛନ୍ତି । ଓଲ୍ଡ ଟାଉନରୁ ୫, ଖାରବେଳ ନଗରରୁ ୫ଟି ଲୋକାଲ କଣ୍ଟାକ୍ଟ କେସ ଜଣାପଡିଛି । ଡୁମୁଡୁମାରୁ ୪, ପଳାଶୁଣିରୁ ୪, ୟୁନିଟ-୯ରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ରାଜଧାନୀରୁ ୩୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking