31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଖୁସି ଖବର: ଶସ୍ତା ହେଲା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେତେ ?

ଖୁସି ଖବର: ଶସ୍ତା ହେଲା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆସିଛି ଖୁସି ଖବର । ତୈଳ ଵାଣିଜ୍ୟକ କମ୍ପାନୀ ସେପ୍ଟେମ୍ବର ମାସ ପାଇଁ ଗ୍ୟାସ ସିଲିଣ୍ଡର ଦାମ ଜାରି କରିଛନ୍ତି । ଚଳିତ ମାସରେ ତୈଳ କମ୍ପାନୀ (HPCL, BPCL, IOC) ବିନା ସବସିଡି ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ କରିନାହାନ୍ତି । ଅଗଷ୍ଟ ମାସ ଭଳି ବିନା ସବସିଡି ସିଲିଣ୍ଡର ଦାମ ୫୯୪ ଟଙ୍କାରେ ସ୍ଥିର ରହିଛି । ଅନ୍ୟ ସହରରେ ମଧ୍ୟ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ କମର୍ସିୟାଲ ସିଲିଣ୍ଡର ଦାମ ୨ ଟଙ୍କା ହ୍ରାସ କରାଯାଇଛି ।

ଦେଶର ରାଜଧାନୀ ଦିଲ୍ଲୀରେ ବିନା ସବସିଡି ସିଲିଣ୍ଡର ଦାମ ୫୯୪ ଟଙ୍କା, ମୁମ୍ବାଇରେ ୫୯୪, ଚେନ୍ନାଇରେ ୬୧୦ ଟଙ୍କା ଓ କୋଲକାତାରେ ୬୨୦.୫୦ ଟଙ୍କା ରଖାଯାଇଛି । ତେବେ ଜୁଲାଇ ପରେ ରସୋଈ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇନାହିଁ । ଜୁଲାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ଦାମ ୪ ଟଙ୍କା ବୃଦ୍ଧି କରାଯାଇଛି । ୧୯ କିଲୋ ସିଲିଣ୍ଡର ଦାମ ହ୍ରାସ ପାଇଛି । ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡର ଦାମ ୨ ଟଙ୍କା ଏବେ ୧୧୩୩.୫୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୨ ଟଙ୍କା ହ୍ରାସ ପାଇ ୧୧୯୬.୫୦ ଟଙ୍କା ହୋଇଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking