24.1 C
Bhubaneswar
Thursday, May 9, 2024
Homeଅପରାଧ୩ ମହିଳାଙ୍କୁ ଲଣ୍ଡା କରି ପରିସ୍ରା ପିଆଇଲେ ଦୁବୃର୍ତ୍ତ, ଆଉ ତା ପରେ...

୩ ମହିଳାଙ୍କୁ ଲଣ୍ଡା କରି ପରିସ୍ରା ପିଆଇଲେ ଦୁବୃର୍ତ୍ତ, ଆଉ ତା ପରେ…

ନୂଆଦିଲ୍ଲୀ: ବିହାରର ମୁଜାଫୁର ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ସୋମବାର ଦିନ ମୁଜାଫୁର ଜିଲ୍ଲାର ଡକ୍ରମ ଗାଁରେ ଏହି ଘଟଣାଟି ଘଟିଥିବା ସୂଚନା ମିଳିଛି । ଘଟଣାଟି ହେଲା, ତିନି ଜଣ ମହିଳାଙ୍କୁ କିଛି ଦୁବୃର୍ତ୍ତ ପରିସ୍ରା ପିଆଇ ଲଣ୍ଡା କରିଥିବା ଖବର ଏବେ ସାମ୍ନାକୁ ଆସିଛି । ତେବେ ଖବର ପାଇବା ପରେ ପୋଲିସ ପହଞ୍ଚିଥିଲା ଏବଂ ଘଟଣାଟି ଘଟିବାର ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ୯ ଜଣଙ୍କୁ ଗିରଫ କରିଛି । ଏହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ଭିଡିଓଟିକୁ ଟ୍ୱିଟରରେ ସେୟାର କରିଥିବା ଜଣାପଡିଛି । ଏହି ଘଟଣାରେ ଥାନାରେ ୧୦ ଜଣଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ଏଏସପି ଅମିତେଶ୍ କୁମାର ସୂଚନା ପ୍ରଦାନ କରିଛନ୍ତି । ଯେଉଁମାନେ ଫେରାର ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା କରୁଥିବା ସେ କହିଛନ୍ତି । ତେବେ ଏହି ଘଟଣାରେ ଶିକାର ହୋଇଥିବା ମହିଳା କି ଗାଁ ଲୋକମାନେ ଏ ସଂକ୍ରାନ୍ତରେ ପୋଲିସକୁ ସୂଚନା ଦେଇନଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମରୁ ଖବର ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଛି । ନହେଲେ ସମସ୍ତେ ଚୁପ୍ ହୋଇ ରହିଥିଲେ । ତଦନ୍ତ ପରେ ଆହୁରି ଅଧିକ ସୂଚନା ହସ୍ତଗତ ହେବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking