29.1 C
Bhubaneswar
Wednesday, April 24, 2024
Homeଅପରାଧପୁଅକୁ ବଞ୍ଚାଇବା ପାଇଁ ସାମ୍ନାକୁ ଚାଲିଆସିଲା ମା’, ତା ପର ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ

ପୁଅକୁ ବଞ୍ଚାଇବା ପାଇଁ ସାମ୍ନାକୁ ଚାଲିଆସିଲା ମା’, ତା ପର ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଆଗ୍ରା ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ପୁଅକୁ ବଂଚାଇବାକୁ ଯାଇ ମା’ ନିଜ ଜୀବନ ଦେଇ ଦେଇଛି । ବାହ ଅଂଚଳ ଅନ୍ତର୍ଗତ ବିଜକୌଲୀ ଗ୍ରାମରେ ଏହି ଘଟଣାଟି ଘଟିଛି । ସୂଚନା ଅନୁସାରେ, କୌଣସି ଏକ କାରଣକୁ ନେଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏହାକୁ ନେଇ ରାତିରେ ରାମବ୍ରେଶ ଓ ହୋରାମ୍ ସିଂଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହା ଲାଠି ଓ ଠେଙ୍ଗା ମାଡ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଏହି ମାରପିଟ ସମୟରେ ପୁଅ ହୋରାମକୁ ବଂଚାଇବା ପାଇଁ ମା ଚନ୍ଦ୍ରକାନ୍ତା ତା ସାମ୍ନାକୁ ଆସି ଯାଇଥିଲେ । ପରେ ଆକ୍ରମଣକାରୀ ତାଙ୍କୁ ପିଟି ପିଟି ମରଣ ମୁହଁକୁ ଠେଲି ଦେଲେ । ଦୁଇ ପକ୍ଷକୁ ଭିତ୍ତି କରି ପୋଲିସ ଏନସିଆର ରୁଜୁ କରିଛି । ଅନ୍ୟପଟେ ମହିଳାଙ୍କ ମୃତ୍ୟୁକୁ କୁ ନେଇ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି । ବିଜକୌଲୀରେ ବାସ କରୁଥିବା ହୋରାମ ସିଂଙ୍କ ପୁଅ ରାହୁଲ ଓ ରାମବ୍ରେଶଙ୍କ ପୁଅ ସଂଜୟ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ମଙ୍ଗଳବାର ଉଗ୍ର ରୂପ ନେଇଥିଲା । ସେହି ସମୟରେ ମନ୍ଦିର ଯାଉଥିବା ହୋରାମଙ୍କ ମା’ ଚନ୍ଦ୍ରକାନ୍ତା ଘଟଣାସ୍ଥଳରେ ପହଂଚି ଯାଇଥିଲେ । ରାତି ପ୍ରାୟ ୮ଟା ସମୟରେ ଏହି ଦୁଇ ଦଳ ଆମ୍ନା ସାମ୍ନା ହୋଇଥିଲେ । ପୁଅ ହୋରାମ ମଝିରେ ପଶି ମାଡ ଖାଉଥିବା ଦେଖି ମା ଚନ୍ଦ୍ରକାନ୍ତା ଚିତ୍କାର କରି ମଝିରେ ପଶି ଯାଇଥିଲେ । ସେହି ସମୟରେ ବିପକ୍ଷ ଗୋଷ୍ଠୀ ମଧ୍ୟ ଉକ୍ତ ମହିଳାଙ୍କୁ ଛାଡି ନଥିଲେ । ଫଳରେ ଚନ୍ଦ୍ରକାନ୍ତା ଅଚେତ ହୋଇ ଯାଇଥିଲେ । ଅନ୍ୟପଟେ ବାଲ କିଶନ, ରାହୁଲ, ହୋରାମ ସିଂ, ରାମବ୍ରେଶଙ୍କ ପତ୍ନୀ ସାବିତ୍ରୀ ଦେବୀ ଏବଂ ସଂଜୟ ଆହତ ହୋଇଥିଲେ । ସୂଚନା ପାଇ ବାହ ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ସିଏସଚି ବାହକୁ ପଠାଇଥିଲା । ଯେଉଁଠାରେ ଡାକ୍ତର ଚନ୍ଦ୍ରକାନ୍ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏବେ ଚନ୍ଦ୍ରକାନ୍ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking