28.1 C
Bhubaneswar
Saturday, April 27, 2024
Homeଅପରାଧଛତିଶଗଡ଼ର ୩ ଚିପ୍ ବୋଝେଇ ଡମ୍ପର ଜବତ

ଛତିଶଗଡ଼ର ୩ ଚିପ୍ ବୋଝେଇ ଡମ୍ପର ଜବତ

ନୂଆପଡ଼ା : ଛତିଶଗଡ଼ ରାଜ୍ୟରୁ ଓଡ଼ିଶାକୁ ବେଆଇନ ଭାବେ ମେଟାଲ ଓ ଚିପ୍ ଚାଲାଣ ବେଳେ ୩ ଚିପ୍ ବୋଝେଇ ଡମ୍ପର ଜବତ କରିଛି ପ୍ରଶାସନ । ଏହା ଉପରେ ନିୟନ୍ତ୍ରଣ ଲଗାଇବା ଲାଗି ପ୍ରଶାସନ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଯାଇଛି ।
ସୂଚାନା ଅନୁଯାୟୀ, ଛତିଶଗଡ଼ରୁ ଚିପ୍ ଚୋରାଚାଲାଣ କରୁଥିବା ବେଳେ ୩ଟି ଚିପ୍ ବୋଝେଇ ଟ୍ରକ ଜବତ କରିଛି ନୂଆପଡ଼ା ତହସିଲ ପ୍ରଶାସନ । ଗାଡିଗୁଡିକୁ ଥାନାକୁ ନେଇ ଜେରା କରାଯାଉଥିବା ଜଣାପଡିଛି । ପ୍ରକାଶ ଯେ, ଓଡ଼ିଶାରେ ଚିପ୍ ଓ ମେଟାଲ ଦର ଅଧିକ ଥିବା ବେଳେ ପଡ଼ୋଶୀ ଛତିଶଗଡ଼ରେ ଏହାର ଦର କମ୍ ରହିଛି । ଏହାର ସୁଯୋଗ ନେଇ ନୂଆପଡ଼ା ଜିଲ୍ଲାର ଠିକାଦାରମାନେ ଠିକା କାମରେ ରାଜ୍ୟର ଚିପ୍ ବ୍ୟବହାର ନକରି ଛତିଶଗଡ଼ର ଚିପ୍ ବ୍ୟବହାର କରନ୍ତି । ଫଳରେ ରାଜ୍ୟ ତଥା ଜିଲ୍ଲାର ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହେଉଛି । ପ୍ରତିଦିନ ଜିଲ୍ଲାକୁ ଛତିଶଗଡ଼ର ମହାସମୁନ୍ଦ, ବାଗବାହାର, କୋମାଖାନ ଅଞ୍ଚଳରୁ ମେଟାଲ, ଚିପ୍ ଚୋରାଚାଲାଣ ହୋଇଥାଏ । ଏହାର ଦର ସିଏମ୍ ପିଛା ନୂଆପଡ଼ା ଜିଲ୍ଲାରେ ପ୍ରାୟ ୧୪ ଶହ ଥିବା ବେଳେ ଛତିଶଗଡ଼ର ବ୍ୟବସାୟୀମାନେ ପ୍ରାୟ ୧ ହଜାର ଟଙ୍କାରେ ଘରେ ଛାଡି ଦେଇଥାନ୍ତି । ଏଥିରେ ରୟାଲଟି ବାବଦକୁ ସରକାରଙ୍କୁ ରାଜସ୍ୱ ଯାଇନଥାଏ । ଏମିତି ପ୍ରତିଦିନ ଶତାଧିକ ଡମ୍ପରରେ ଜିଲ୍ଲାକୁ ଚିପ୍ ଓ ମେଟାଲ ଚୋରାଚାଲାଣ ହୋଇଥାଏ । ଫଳରେ ରାଜ୍ୟ ତଥା ଜିଲ୍ଲାକୁ ହଜାର ହଜାର ଟଙ୍କାର ରାଜସ୍ୱ ହାନି ହୋଇଥାଏ । ଚିପ୍ ଓ ମେଟାଲ ଚୋରାଚାଲାଣ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ବୁଧବାର ସନ୍ଧ୍ୟାରେ ସଦର ଅତିରିକ୍ତ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିଲା । ୩ ଟି ମେଟାଲ, ଚିପ୍ ବୋଝେଇ ଡମ୍ପରକୁ ସଦର ଅତିରିକ୍ତ ତହସିଲଦାର ଅଟକାଇଥିଲେ । ଉପଯୁକ୍ତ କାଗଜପତ୍ର ନଥିବାରୁ ସମସ୍ତ ଗାଡିକୁ ଜବତକରି ସଦର ଥାନାରେ ଜିମା ଦେଇଥିଲେ । ଡମ୍ପରଗୁଡିକୁ ସଦର ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking