39.1 C
Bhubaneswar
Friday, April 26, 2024
Homeଓଡିଶାଜଳିଗଲା ୬ ଶହ ଧାନ କଳେଇ

ଜଳିଗଲା ୬ ଶହ ଧାନ କଳେଇ

ବାଣପୁର : ବାଣପୁର ବ୍ଲକ୍ ଭେଟେଶ୍ୱର ପଞ୍ଚାୟତର ବେରୁଆଁବାଡ଼ି ଗ୍ରାମ ଚାଷଜମିରେ ବୁଧବାର ଅପରାହ୍ଣରେ ନିଆଁଲାଗି ପ୍ରାୟ ୬ଶହ କଳେଇ ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର ବିଦେଶୀ ଜେନା ଓ ବଂଶୀଧର ବିଶ୍ୱାଳଙ୍କ ଗୋଟିଏ ଗୋଟିଏ ଏକର ଜମିର ୩ଶହ ଲେଖାଏଁ କଳେଇ ପୋଡ଼ିଯାଇଥିବା ଅଭିଯୋଗ ହୋଇଛି । ଏହି ୬ଶହ କଳେଇରୁ ପ୍ରାୟ ୬୦ ବସ୍ତା ଧାନ ଅମଳ ହୋଇଥାନ୍ତା ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି । ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ମଧ୍ୟ କେହି ଫୋନ ଉଠାଇ କାଟି ଦେଇଥିଲେ । ପରବର୍ତ୍ତି ସମୟରେ ଫୋନ୍ କରିବାରୁ ଆଉ କେହି ଫୋନ୍ ଉଠାଇନଥିଲେ ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲାର କୌଣସି ଏକ ଦମକଳକେନ୍ଦ୍ରରେ କାର୍ଯ୍ୟକରୁଥିବା ଏହି ଗ୍ରାମର ଜଣେ ବ୍ୟକ୍ତି ବାଲୁଗାଁ ଦମକଳକେନ୍ଦ୍ରକୁ ସୂଚନା ଦେବାପରେ ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ଦମକଳ ଗାଡ଼ି ପହଞ୍ôଚଥିଲା । ମାତ୍ର ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବେରୁଆଁବାଡ଼ି ଗ୍ରାମଠାରୁ ବାଣପୁର ଦମକଳକେନ୍ଦ୍ର ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଦମକଳ କେନ୍ଦ୍ରକୁ ଫୋନ୍ ଲାଇନ ସଂଯୋଗ କରାଯାଇନାହିଁ । ଜରୁରିକାଳୀନ ପରିସ୍ଥିତିରେ କେନ୍ଦ୍ରର କର୍ମଚାରୀଙ୍କ ମୋବାଇଲ ନମ୍ବରରେ ଫୋନ୍ କରିବାକୁ ପଡୁଛି । ମାତ୍ର ସମସ୍ତଙ୍କ ନିକଟରେ ଦମକଳ କେନ୍ଦ୍ର କର୍ମଚାରୀଙ୍କ ମୋବାଇଲ ନମ୍ବର ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking