40.1 C
Bhubaneswar
Thursday, April 25, 2024
Homeଓଡିଶାପାଣି ନିଷ୍କାସନ ପାଇଁ ଦାବିକଲେ ଗ୍ରାମବାସୀ

ପାଣି ନିଷ୍କାସନ ପାଇଁ ଦାବିକଲେ ଗ୍ରାମବାସୀ

ପିପିଲି : ପିପିଲି ବିଜ୍ଞାପିତ ଅଞ୍ଚଳ ଅଧୀନ ଓାର୍ଡ ନମ୍ବର୧୧ ମଢିଆଳି ସାହିରେ ସ୍ୱଚ୍ଛତା ଅଭିଯାନରେ ଅଙ୍ଗୀକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଗ୍ରାମକୁ ପାଇପ୍ ଲାଇନ୍ ଯୋଗେ ଜଳ ଯୋଗାଣ । ମା’ ପଡ଼େଇଶୁଣି ମନ୍ଦିର ନିର୍ମାଣ ସହିତ ରାସ୍ତା ନିର୍ମାଣ ଏବଂ ଗ୍ରାମର ବହୁ ଦିନଧରି ଥିବ।। ମୁଖ୍ୟ ସମସ୍ୟା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ସୁବିଧା ଆଦି ବିଭିନ୍ନ ଦାବି କରିଥିଲେ । ସେଗୁଡ଼ିକ ଯଥା ଶିଘ୍ର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ମହାରଥୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ମଢ଼ିଆଳି ସାହି ସ୍ୱଛତା ଅଭିଯାନ ଅଙ୍ଗିକାର କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ସଫେଇ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ୟରେ ବ୍ଲିଂଚି ପକାଯାଇ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନା ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ପୂର୍ବତନ ପିପିଲି ଏନ୍‌ଏସି ଅଧ୍ୟକ୍ଷ ଏସକେ ବାବୁ, ବିଧାୟକଙ୍କ ପ୍ରତିନିଧୀ ଶରତ ଚନ୍ଦ୍ର ବେହେରା,ବ୍ଲକ ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ଆଇନଜୀବି ଶ୍ରୀଧର ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ, କାଉନସିଲର ଅଜୟ ମହାରଣା, ପୂର୍ବତନ କାଉନସିଲର ଗର୍ଦ୍ଧବ ପରିଡା, ଏନ୍‌ଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଛାତ୍ର ବିଜେଡି ନେତା ଫଜଲ ଖାଁ ପୁରୀ ଜିଲ୍ଲା ମାଇନରଟି କମିଟି ଉପସଭାପତି ଗୁଲଜାର ମହମ୍ମଦ ପ୍ରମୁଖଙ୍କ ଉପସ୍ଥିତ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking