28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଏନକାଉଣ୍ଟର : ୩ ଆତଙ୍କବାଦୀଙ୍କର ମୃତ୍ୟୁ

ଏନକାଉଣ୍ଟର : ୩ ଆତଙ୍କବାଦୀଙ୍କର ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବଟମାଲୁ ଅଞ୍ଚଳରେ ଆଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନାଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ।ତେବେ ସୂଚନା ଅନୁଯାୟୀ, ରାତି ପ୍ରାୟ ୨;୩୦ ସମୟରେ ବାଟାମାଲୁ ର ଫରୀଦାବାଦ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା କଥା ସୁରକ୍ଷାବାହିନୀ ଜାଣିବାକୁ ପାଇଥିଲେ । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଆତଙ୍କବାଦୀଙ୍କ ସହ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ଗୁଳି ବିନିମୟ ଜାରି ରହିଛି । ତେବେ ଏନକାଉଣ୍ଟର ସମୟରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking