27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: କରୋନା ସଙ୍କଟ ମଧ୍ୟରେ ବିଜେପିର ଜଣେ ବରିଷ୍ଠ ନେତା ଅଶୋକ ସାହୁଙ୍କ ପରଲୋକ ଘଟିଛି । କଟକ ସିଡିଏ ସ୍ଥିତ ବାସଭବନରେ ଅଶୋକ ସାହୁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତେବେ ବିଜେପି ନେତା ଅଶୋକ ସାହୁ ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ ।

ସେ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଥିଲେ । ଆସାମର ଅତିରିକ୍ତ ପୋଲିସ୍ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସରନେଇ ରାଜନୀତିରେ ପାଦ ଥାପିଥିଲେ । ତେବେ ଏବେ ତାଙ୍କର ଅସୁସ୍ଥତା ପାଇଁ ପରଲୋକ ଘଟିଛି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking