30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଯଦି ମୋ କଥା ସତ ନହେଲୋ ତେବେ ମୁଁ ଟ୍ୱିଟର ଛାଡିଦେବି

ଯଦି ମୋ କଥା ସତ ନହେଲୋ ତେବେ ମୁଁ ଟ୍ୱିଟର ଛାଡିଦେବି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତାରିଖ ଘୋଷଣା ହେବା ପରେ ଟିଏମସିର ରଣନିତୀକାର ପ୍ରଶାନ୍ତ କିଶୋର ସୋସିଆଲ ମିଡିଆ ମାଧ୍ୟମରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଦାବି କରି ପ୍ରଶାନ୍ତ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନ ନେଇ ଯଦି ମୋ କଥା ସତ ନହେଲୋ ତେବେ ମୁଁ ଟ୍ୱିଟର ଛାଡିଦେବି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେ ଟ୍ୱିଟ କରି ଲେଖିଥିଲେ, ‘ପଶ୍ଚିମବଙ୍ଗ ଏବେ ଗଣତନ୍ତ୍ରର ପ୍ରମୁଖ ଲଢେଇ ଲଢିବାକୁ ପ୍ରସ୍ତୁତ ଅଛି । ପଶ୍ଚିମବଙ୍ଗବାସୀ ସଠିକ ବାଛିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ଏବଂ ମେ ୨ରେ ଏହାର ଜବାବ ମିଳିଯିବ’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ନିର୍ବାଚନ ନେଇ ବୟାନ ଦେଇସାରିଛନ୍ତି । ମମତା କହିଛନ୍ତି, ଚଳିତ ଥର ବିଜେପିକୁ ହରାଇ ଭୂତ ଭଗାଇ ଦେବୁ । ଅନ୍ୟପଟେ ନିର୍ବାଚନ ତାରିଖ ଘୋଷମା ହେବା ପରେ ମମତା ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠାଇ ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking