35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର : ଆଜି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି । ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ ତାଙ୍କୁ ଅଧ୍ୟକ୍ଷ ଭାବେ ନଯୁୁକ୍ତି ଦେଇଛନ୍ତି ।

ପୋଲିସ ବିଭାଗରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବାପରେ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୬୨ ବର୍ଷ ହେବାଯାଏଁ ଶ୍ରୀ ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ ।

ସତ୍ୟଜିତ ମହାନ୍ତି ୧୯୮୮ ବ୍ୟାଚର ଆପିଏସ ଅଟନ୍ତି । ସେ କମିଶନର ଓ ଡିଜିପି ଭାବରେ କାର୍ଯ୍ୟ କରିଛନ୍ତି । ସେ ଏବେ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ତେବେ ଭିଆରଏସ ପାଇଁ ଅବେଦନ କରିବା ପରେ ନରାଜ ଠାରେ ତାଙ୍କ ପାଇଁ ଏକ ବିଦାୟୀ ପରେଡ ଅନୁଷ୍ଠିତ କରାଯାଇଥିଲା ଓ ଭୁବନେଶ୍ୱରରେ ବିଦାୟୀ ସଭାର ଆୟୋଜନ ହୋେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking