32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ସକାଳୁ ଏକାଥରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୫ ରେ ପହଂଚିଛି

ରାଜ୍ୟରେ ସକାଳୁ ଏକାଥରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୫ ରେ ପହଂଚିଛି

ଭୁବନେଶ୍ୱର: ରାଜ୍ୟରେ ଏବେ ମାଡିଚାଲିଛି କରୋନା । ଆଜି ସକାଳୁ ଏକାଥରେ ଆଉ ୨୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ପହଂଚିଛି । ଗଂଜାମ ଜିଲ୍ଲାରେ ଆଉ ୧୯ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ୫ ଜଣ ଓ ଭଦ୍ରକରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୨୩ । ଏହି ଦୁଇ ଜଣ ଯାଙ୍କ ସୁରଟ ଫେରନ୍ତା । ଜଣେ ଧାବନଗର ବ୍ଲକ୍‌ରୁ ଆଉ ଜଣେ ବାସୁଦେବପୁର ବ୍ଲକ୍‌ରୁ । ଗଞ୍ଜାମରେ ଗତକାଲି ସୁଦ୍ଧା ୨୮ ଜଣ ଆକ୍ରାନ୍ତ ଥିଲେ । ଆଜି ୧୯ ଜଣ ମିଶିବାପରେ ସଂଖ୍ୟା ପହଁଚିଛି ୪୭ । କେନ୍ଦ୍ରାପଡାରେ ସଂଖ୍ୟା ପହଁଚିଛି ୮ ରେ ଓ ଭଦ୍ରକ ସଂଖ୍ୟା ସୁରଟ ଫେରନ୍ତା ଏବେ ଜିଲ୍ଲା ପାଇଁ ସମସ୍ୟା ହୋଇଛି । ଯାହା ଜଣ ପଡୁଛି ଗଂଜାମ ସବୁ ଜିଲ୍ଲାକୁ ଟପିଯିବ । ଗତକଲି ୨୪ ଘଂଟାରେ ୩୪ ଜଣ ଆକ୍ରାନ୍ତ ଠାବ ହୋଇଥିଲେ । ଯେଉଁ ଭଳି ଭାବରେ ରାଜ୍ୟରେ କରୋନା ମାଡିଚାଲିଛି ତାହା ଚିନ୍ତାର ବିଷୟ ବୋଲି କୁହାଯାଉଛି । ରାଜ୍ୟରେ ମୋଟ୍ ୧୮୧ ଚିକିତ୍ସାଧୀନ ଅଛନ୍ତି । ୬୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
https://onakhabar.com/2020/05/07/10-more-corona-positive-identified-from-bbsr-and-ganjam/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking