32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବେନେଲି ଟିଆରକେ ୨୫୧ ରିଭ୍ୟୁ

ବେନେଲି ଟିଆରକେ ୨୫୧ ରିଭ୍ୟୁ

ନୂଆଦିଲ୍ଲୀ: ବେନେଲି ଇଣ୍ଡିଆ ଭାରତୀୟ ବଜାରରେ ଏକ ନୂଆ ମୋଟର ସାଇକେଲ ଲଂଚ କରିଥିଲା । ସେହି ମୋଟରସାଇକେଲ ହେଉଛି ବେନେଲି ଟିଆରକେ ୨୫୧ । ଏହାର ପ୍ରାରମ୍ଭିକ ମୂଲ୍ୟ କମ୍ପାନୀ ୨.୫୧ ଲକ୍ଷ ରଖିଛି । ବେନେଲି ଟିଆରକେ ଏକ ଟୁରର ବାଇକ । ଏହାର ଡିଜାଇନ ଓ ଲୁକ କଥା ଯଦି କହିବା, ତେବେ ଏହା ବେନେଲୀର ବଡ ଆଡଭେନଚର ମୋଟରସାଇକେଲ ଭଳି ଦେଖାଯାଏ । ଏଥିରେ ବଡ ୱିଣ୍ଡୋ ସ୍କ୍ରିନ, ଲଗେଜ ର‌୍ୟାକ, ବଡ ହେଡଲ୍ୟାମ୍ପ ରହିଛି । ଏହାସହ ଏଥିରେ ବାଇଲେନ୍ସ ହେଡଲ୍ୟାମ୍ପ ବି ରହିଛି । ଏଥିରେ ଏଲୟେ ହ୍ୱିଲସ ଓ ଟର୍ଣ୍ଣ ଇଣ୍ଡିକେଟର ଇଣ୍ଟିଗ୍ରେଟେଡ ରହିଛି । ନୂଆ ବେନେଲି ଟିଆରକେ ୨୫୧ରେ ସସପେନସନ କିଟରେ ଅପସାଇଡ ଡାଉନ ଫ୍ରଣ୍ଟ ଫୋକର୍ସ ଓ ରିୟର ମୋଲୋ ସୋକ ରହିବ ଯେତେବେଳେ କି ବ୍ରେକ ପାଇଁ ଦୁଇ ଚକରେ ସିଙ୍ଗଲ, ପେଟ୍ରୋଲ ଟାଇପ ଡିସ୍କ ଦିଆଯାଇଛି ।
ମୋଟରସାଇକେଲରେ ୨୪୯ସିସି, ସିଙ୍ଗଲ ସିଲଣ୍ଡର ଇଂଜିନ ରହିବ, ଯାହା ୨୫.୮ ବିଏଚପିର ପାୱାର ଓ ୨୧.୨ ଏନଏମର ପିକ ଟର୍କ ଜେନେରେଟ କରିବାରେ ଓକ୍ଷମ । ଏହା ୬ ସ୍ପିଡ ଟ୍ରାନ୍ସମିଶନ ମୋଟରସାଇକେଲ । ଭାରତରେ ବେନେଲୀ ଟିଆରକେ ୨୫୧ର ସିଧା ମୁକାବିଲା ରୟାଲ ଏନଫିଲ୍ଡ ହିମାଲୟନ ଓ କେଟିଏମ ୨୫୦ ଆଡଭେନଚର ଭଳି ମୋଟରସାଇକେଲ ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking