32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଗୁରୁଙ୍କ କଳଙ୍କ : ୨୦ ଛାତ୍ରୀଙ୍କୁ ଯୌନ ଶୋଷଣ

ଗୁରୁଙ୍କ କଳଙ୍କ : ୨୦ ଛାତ୍ରୀଙ୍କୁ ଯୌନ ଶୋଷଣ

ହିସାର : ହିସାର ଏକ ହାଇସ୍କୁଲର ୨୦ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିବା ଘଟଣାରେ ୨ଜଣ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି । ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣର ଶିକରା ହୋଇଥିବା ୨୦ ଛାତ୍ରୀ ପଂଚମରୁ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ୩ଜଣ ଶିକ୍ଷକଙ୍କ ବିରୋଧରେ ଶିଶୁ ସୁରକ୍ଷା ଅଧିକାରୀ ସୁନୀତା ଯାଦବ ଥାନାରେ ଏତଲା ଦେବା ପରେ ପୁଲିସ ୨ଜଣ ଶିକ୍ଷକଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶିଶୁ ସୁରକ୍ଷା ଅଧିକାରୀ ଏକ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ଛାତ୍ରୀମାନେ ତାଙ୍କ ନିକଟରେ ତାଙ୍କ ସାଥିରେ ଘଟିଯାଇଥିବା ଘଟଣା ସମ୍ପର୍କରେ କହିଥିଲେ । ସ୍କୁଲର କମ୍ପୁଟର ଶିକ୍ଷକ, ଖେଳ ଶିକ୍ଷକ ଓ ଅନ୍ୟ ଜଣେ ଲାବୋରେଟାରୀ ଆଂଟେଣ୍ଡାଟ ଛାତ୍ରୀମାନଙ୍କୁ ଡ଼ରାଇ ଧମକାଇ ଯୌନ ଶୋଷଣ କରୁଥିଲେ । ଏନେଇ ଛାତ୍ରୀମାନେ ତାଙ୍କ ଆଗରେ କହିବାବେଳେ କାନ୍ଦି ପକାଇଥିଲେ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।
ଜିଲ୍ଲା ଶିକ୍ଷା ଅଧିକାରୀ ନୀତି ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଉକ୍ତ ହାଇସ୍କୁଲରେ ୧୬୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୬୮ଜଣ ଛାତ୍ର ଏବଂ ୯୭ଜଣ ଛାତ୍ରୀ । ତେବେ କେତକ ଛାତ୍ରୀଙ୍କ ପ୍ରତି ଯୌନ ଶୋଷଣ କରାଯାଉଥିବା ନେଇ ସେ ଅବଗତ ହେବା ପରେ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ଏହା ସହିତ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking