29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗହୀରାକୁଦର ଆଉ ୨ଟି ଗେଟ୍ ବନ୍ଦ

ହୀରାକୁଦର ଆଉ ୨ଟି ଗେଟ୍ ବନ୍ଦ

ସମ୍ବଲପୁର :ହୀରାକୁଦ ଡ୍ୟାମ୍ ର ଆଉ ଦୁଇଟି ଗେଟ୍‌କୁ ବନ୍ଦ କରାଯାଇଛି । ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଡ୍ୟାମର ୪୬ଟି ଗେଟ୍ ଖୋଲା ରହିଥିଲା ।
ରାଜ୍ୟରେ ବନ୍ୟା ପରିସ୍ଥିତ ଲାଗି ରହିଛି । ଉପର ମୁଣ୍ଡରେ ବର୍ଷା କମିଥିବା ସତ୍ତ୍ୱେ ଏବେ ମଧ୍ୟ ପାଣି କମିନାହିଁ । ପୂର୍ଣ୍ଣିମା ପାଇଁ ପାଣି ଖସୁନି, ତେଣୁ ବନ୍ୟା ଦୁର୍ଗତଙ୍କ ପାଇଁ ସମସ୍ୟା ବଢୁଛି । ଏହି ପରିସ୍ଥିତି ଆହୁରି ଦୁଇ ରୁ ତିନି ଦିନ ଲାଗି ରହିବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

ସକ୍ରିୟ ମୌସୁମୀ ଯୋଗୁଁ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ନେଇ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ନବରଂଗପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ମାଲକାନଗିରି, କୋରାପୁଟ, ସୋନପୁରକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିଭଳି ବର୍ଷା ସହ ବଜ୍ରପାତ ନେଇ ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳକୁ ବି ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର , ମୟୁରଭଂଜ, ବାଲେଶ୍ୱର, ଭଦ୍ରକକୁ ୱାର୍ଣ୍ଣିଙ୍ଗ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking