ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ରୋଡରେ ଥିବା ଶକୁନ୍ତଳା ହୋଟେଲ ଓ ଲଜ୍ ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଗତକାଲି ଠାରୁ ଜଣେ ଯୁବତୀଙ୍କ ସହ ସେହି ଲଜ୍ ରେ ରହିୁଥିଲେ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଉଭୟ ଭୁବନ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ଜଣେ ସୁନା ବ୍ୟବସାୟ କରୁଥିଲେ ହୋଇଥିବାବେଳେ ତାଙ୍କ ଘର କଲିକତାରେ । ସେ ୧୨ ବର୍ଷ ହେବ ପରିବାର ସହ ଭୁବନ ଅଞ୍ଚଳରେ ବାସ କରିଆସୁଛନ୍ତି। ଏବଂ ଭୁବନରେ ତାଙ୍କର ଏକ ସୁନା ଦୋକାନ ରହିଛି। ମୃତ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଟ ଥିବାବେଳେ ପରିବାର ପକ୍ଷରୁ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି। ପୋଲିସ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଆଗାମୀ ସମୟରେ ହତ୍ୟା କି ଆତ୍ମ ହତ୍ୟା ଜଣାପଡିବା ବୋଲି ପୋଲିସ ପ୍ରକାଶ କରିଛି ଏବଂ ଉକ୍ତ ଲଜ ଉପରେ ଦୃଢ କାର୍ଯ୍ୟାନ୍ତଷ୍ଠାନ ନିଆଯିବା ବୋଲି ଟାଉନ ଅଧିକାରୀ ପ୍ରକାଶ କରିଛନ୍ତି।