29.1 C
Bhubaneswar
Sunday, May 5, 2024
Homeଓଡିଶାସାପ କାମୁଡ଼ାରେ ୨ ମୃତ

ସାପ କାମୁଡ଼ାରେ ୨ ମୃତ

ସୋର: ସୋରରେ ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ମଧ୍ୟାହ୍ନ ମଧ୍ୟରେ ୮ ଜଣଙ୍କୁ ସାପ କାମୁଡିଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ୨ ମାସ ୬ ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମରେ ଲାଲ ମୋହନ ସିଂଙ୍କ ପରିବାର ଲୋକେ ରାତିରେ ଖାଇ ପିଇ ଶୋଇଥିଲେ । କିନ୍ତୁ ସକାଳେ ତାଙ୍କର ୨ ମାସର ଶିଶୁ କନ୍ୟା ଭାଗ୍ୟଲକ୍ଷ୍ମୀ ସିଂ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ୩୮/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତ ଶିଶୁକନ୍ୟାର ବେକରେ କାମୁଡା ଦାଗ ଥିବାରୁ ସାପ କାମୁଡ଼ାରେ ଶିଶୁଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେହିପରି ବାଳଙ୍ଗ ପଞ୍ଚାୟତ ମୁକ୍ତେଶ୍ୱରପୁର ଗ୍ରାମର ରମଣୀ ଲତା ସାହୁ (୩୬) ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ବାଲେଶ୍ୱର ଟାଉନ ଥାନା ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ରମଣୀ ତାଙ୍କ ପୁଅ ସହିତ ଖଟ ଉପରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା । ଖଟ ତଳେ ତାଙ୍କ ସ୍ୱାମୀ ଭାବଗ୍ରାହୀ ଏବଂ ତାଙ୍କ ଝିଅ ଶୋଇଥିଲେ । ସୌଭାଗ୍ୟ ବଶତଃ ସାପଟି ଅନ୍ୟ କାହାରିକୁ କାମୁଡି ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking