25.1 C
Bhubaneswar
Thursday, May 9, 2024
Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ଵର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଫଳ ସକାଳ ୧୧ଟା ୩୦ ମିନିଟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଫିସରେ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ଏହି ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ ଓଡିଶା ରେଜଲ୍ଟସ ଡଟ ଏନଆଇସି ଡଟ ଇନ ୱେବସାଇଟ୍ରୁ ମଧ୍ୟ ଫଳ ଦେଖିପାରିବେ ।
ପରିଷଦର ଫୋନ ନମ୍ବର ୦୬୭୪-୨୩୦୦୯୧୪ ଏବଂ ୦୬୭୪-୨୩୦୦୯୦୭ କୁ ଫୋନ କରି ମଧ୍ୟ ଫଳାଫଳ ଜାଣିପାରିବେ । ଅପରାହ୍ନ ୫ଟା ଯାଏଁ ପରିଷଦ ଦ୍ୱାରା ଜାରି ନମ୍ୱରକୁ ଫୋନ କରି ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୨୫ ହଜାର ୭୮୫ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ଆରମ୍ଭ ହୋଇଥିଲା ପରୀକ୍ଷା । କୋରୋନା କଟକଣାରେ ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା, ଅଗଷ୍ଟ ୩୧ ସୁଦ୍ଧା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking