29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦାବିରେ ପାଣି ଟାଙ୍କି ଉପରେ ଚଢିଲେ ୨ ଆଶାୟୀ ଯୁବତୀ

କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦାବିରେ ପାଣି ଟାଙ୍କି ଉପରେ ଚଢିଲେ ୨ ଆଶାୟୀ ଯୁବତୀ

ନୂଆଦିଲ୍ଲୀ : କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦାବିରେ ପାଣି ଟାଙ୍କି ଉପରେ ଚଢିଲେ ୨ ଆଶାୟୀ ଯୁବତୀ । ପାଣି ଟାଙ୍କି ଉପରକୁ ଚଢ଼ି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ୨ ଯୁବତୀ । ପଞ୍ଜାବ ମୋହାଲିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବରୁ କଂଗ୍ରେସ ସରକାର ସମୟରେ ୬୪୬ କ୍ରୀଡା ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା ।

ହେଲେ ନିର୍ବାଚନର ୬ ମାସ ପରେ ଆପ୍ ସରକାର ଏହି ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି କ୍ରୀଡା ଶିକ୍ଷକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ । ୨୦୧୧ ମସିହାରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର ବିଜ୍ଞାପନ ଦେଇଥିଲେ । ପରେ ଏହି ମାମଲା ପଞ୍ଜାବ ହାଇକୋର୍ଟକୁ ଯାଇଥିଲା । ତେବେ ୨୦୨୧ ମସିହାରେ ହାଇକୋର୍ଟ ଏହି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାର ପିଇଟି ଶିକ୍ଷକ ପଦବୀ ପୂରଣ କରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆଗାମୀ ଦିନରେ ସରକାର ଏନେଇ କୌଣସି ପଦକ୍ଷେପ ନ ହେଲେ ଜୋରଦାର ଆନ୍ଦୋଳନର ଧମକ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking