30.1 C
Bhubaneswar
Wednesday, April 24, 2024
Homeଓଡିଶାଆରପାରିରେ ସାହିତ୍ୟିକ ବିନୟ କୁମାର ଦାସ

ଆରପାରିରେ ସାହିତ୍ୟିକ ବିନୟ କୁମାର ଦାସ

ବାଲେଶ୍ୱର : ରାଜ୍ୟର ଜଣାଶୁଣା କବି, ଅନୁବାଦକ, ଶିଶୁ ସାହିତ୍ୟିକ, ନାଟ୍ୟକାର, ଗୀତିକାର ବିନୟ କୁମାର ଦାସ(୭୩) ଆଉ ନାହାନ୍ତି। ମଙ୍ଗଳବାର ମଧ୍ୟରାତ୍ରରେ ସେ ହୃଦଘାତରେ ବାଲେଶ୍ୱର ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରାୟ ବର୍ଷେ ହେବ ଆଜମା ସମେତବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ଦାସ ୧୯୪୯ ନଭେମ୍ବର ୬ ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ଜିଲ୍ଲାସ୍କୁଲରୁ ହାଇସ୍କୁଲ ଶିକ୍ଷା ଶେଷ କରି ସେ ସ୍ନାତକ ଶିକ୍ଷା ସମାପ୍ତ କରି ବ୍ୟାଙ୍କ ଚାକିରିରେ ଯୋଗ ଦେଇଥିଲେ।

ବାଲେଶ୍ଵର ଭଦ୍ରକ କୋଅପରେଟିଭ୍ ବ୍ୟାଙ୍କର ବାଲେଶ୍ଵର ଶାଖାରେ କାର୍ଯ୍ୟ କରି ସେଠାରୁ ଅବସର ଗ୍ରହଣ କରିଥିଲେ। ଗୋଟିଏ ବ୍ୟାଙ୍କରେ ଏକତ୍ର କାମ କରିବା ସାହିତ୍ୟ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ବିଶେଷ କରି ଶିଶୁ ସାହିତ୍ୟକୁ ବହୁତ ଭଲ ପାଉଥିଲେ। ଶିଶୁସାହିତ୍ୟ ର ବିକାଶ ପାଇଁ ସେ ଶଳେଶ୍ୱରର ଅନ୍ୟତମ କବି ପ୍ରଶାନ୍ତ ଦାସଙ୍କୁ ନେଇ ବାଲେଶ୍ଵର ଶିଶୁସାହିତ୍ୟ ଏକାଡେମୀ ଗଠନ କରିଥିଲେ। ସେଥିରେ ସେ ସମ୍ପାଦକ ଥିବାବେଳେ ପ୍ରଶାନ୍ତ ଦାସ ସଭାପତି ଥିଲେ। ଏହି ସମୟରେ ଶିଶୁ ସାହିତ୍ୟର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରିଥିଲେ। ଶିଶୁ ସାହିତ୍ୟ ଉପରେ ବହୁ କବିତା ଲେଖିଥିଲେ। ସେଥିମଧ୍ୟରୁ କବିତା ପୁସ୍ତକ ‘କିଛି ଫୁଲ କିଛି କଢି’ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking