29.1 C
Bhubaneswar
Saturday, April 27, 2024
Homeକରୋନାବାଂଲାଦେଶ ଫୁଟବଲ୍ ପ୍ରଶିକ୍ଷଣ ଶିବିରରୁ ୧୮ ଖେଳାଳି କରୋନା ଆକ୍ରାନ୍ତ

ବାଂଲାଦେଶ ଫୁଟବଲ୍ ପ୍ରଶିକ୍ଷଣ ଶିବିରରୁ ୧୮ ଖେଳାଳି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବାଂଲାଦେଶର ଏକ ଫୁଟବଲ ପ୍ରଶିକ୍ଷଣ ଶିବିରରୁ ସହକାରୀ ପ୍ରଶିକ୍ଷକଙ୍କ ସହ ୧୮ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଗାମୀ ୨୦୨୨ ଫୁଟବଲ ବିଶ୍ୱକପ ଏବଂ ୨୦୨୩ ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ଏହି ଶିବିର ଗାଜିପୁର ଠାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ୩୬ ଜଣ ଖେଳାଳି ଭାଗ ନେଇଥିଲେ । କ୍ୟାମ୍ପ ଆରମ୍ଭ ହେବା ପୂର୍ବରୁ କେହି କରୋନାରେ ଆକ୍ରାନ୍ତ ହୋଇନଥିଲେ ମାତ୍ର ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା ।
ଜାତୀୟ ଫେଡେରେଶନ ପକ୍ଷରୁ ପ୍ରଥମ ରାଉଣ୍ଡରେ ୨୪ ଖେଳାଳିଙ୍କୁ ଢାକାରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ବୁଧବାର ଦିନ ଚାରିଜଣ, ଗୁରୁବାର ଏବଂ ଶୁକ୍ରବାର ଦିନ ସାତ ଜଣ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ଅଲଗା ସ୍ଥାନରେ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking