26.1 C
Bhubaneswar
Tuesday, May 7, 2024
Homeଓଡିଶା୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଝଡ ବର୍ଷା ଓ ବଜ୍ରପାତ ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା ଜିଲ୍ଲା ସାମିଲ ରହିଛି । ସେହି ସମୟ ମଧ୍ୟରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ମଧ୍ୟ ସମ୍ବାବନା ରହିଛି । ସେଥିପାଇଁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ଥିଲେ ବାହାରକୁ ଯାଆନ୍ତୁ , ନହେଲେ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ କହିଛି । ଅନ୍ୟପଟେ ଗୃହପାଳିତ ପଶୁଙ୍କ ପ୍ରତି ମଧ୍ୟ ନଜର ରଖିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଗତ କିଛି ଦିନ ଧରି ରାଜ୍ୟରେ ଖରାର ତାପମାତ୍ରା ବଢୁଥିବା ବେଳେ ଏବେବି ତାପମାତ୍ରା ରହୁଛି । ମାତ୍ର ପାରଦ କେତେବେଳେ ବଢିବା ସହ ପୁଣି କମୁଛି । ଆଜି ସକାଳୁ ପାଗ ମେଘୁଆ ରହିଥିବା ବେଳେ ସାମାନ୍ୟ ମାତ୍ରାରେ ବର୍ଷା ବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking