33.1 C
Bhubaneswar
Friday, April 26, 2024
Homeଓଡିଶାମେ' ୧୩ରେ ହେବନି ପିପିଲି ଉପନିର୍ବାଚନ

ମେ’ ୧୩ରେ ହେବନି ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ପିପିଲି ଭୋଟ ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ମେ’ ୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ ଭୋଟ ଗ୍ରହଣ । ମେ’୧୬ରେ ଭୋଟ ଗ୍ରହଣ ହେଲା ପରେ ମେ’ ୧୯ ତାରିଖରେ ଭୋଟ ଗଣତି ହେବ । ପୂର୍ବ ଘୋଷିତ ମେ’ ୧୩ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ୧୩ରେ ଇଦଉଲଫିତର ପଡୁଥିବାରୁ ତାରିଖ ବଦଳାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଅନ୍ୟପଟେ ନିର୍ବାଚନ ଗାଇଡଲାଇନ ନେଇ ସିଇଓ ସୁଶୀଲ ଲୋହାନୀ କହିଛନ୍ତି, କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଗାଇଡଲାଇନ କରିଛନ୍ତି । ପୂର୍ବରୁ ୪୮ ଘଣ୍ଟା ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ପିପିଲିରେ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ । ରାଜନୈତିକ ସଭା, ସମାବେଶକୁ ନିର୍ବାଚନ କମିଶନ ବାରଣ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ । ଘରକୁ ଘର ବୁଲି ପ୍ରଚାରରେ ସର୍ବାଧିକ ୫ ଜଣଙ୍କୁ ଏକାଠି ଅନୁମତି ମିଳିବ । ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ । ଲକ୍ଷଣ ଦେଖିଲେ ଟୋକନ ଦିଆଯିବ । ସନ୍ଧ୍ୟା ୫ ପରେ ସେମାନେ ଭୋଟ ଦେବେ । ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ମିଳିବ । ଯଦି କିଏ କୋଭିଡ ନିୟମ ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking