32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ : ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଅଡୁଆ ବଢିବା​‌ରେ ଲାଗିଛି । କୁନ୍ଦ୍ରାଙ୍କ ବିରୁଦ୍ଧରେ ବୁଧବାର କୋର୍ଟରେ ୧୫ ଶହ ପୃଷ୍ଠାରେ ଚାର୍ଜସିଟ୍‌ ଦାଖଲ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚିତ୍ର ନିର୍ମାଣ କରିବା ଅଭିଯୋଗ​‌ରେ ଏହି ଚାର୍ଜ ସିଟ୍‌ ଦାଖଲ କରିଛି କ୍ରାଇମ୍‌ ବ୍ରାଞ୍ଚ । ବର୍ତ୍ତମାନ ଏହି ମାମଲାରେ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କର ବେଲ ଆବେଦନ ମଧ୍ୟ ବାରମ୍ବାର ଖାରଜ ହେଉଛି । ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଛି । ଜଣେ ଏସିପି ସ୍ତରର ଅଧିକାରୀ ଏହି ସ୍ବତନ୍ତ୍ର ଟିମର ମୁଖ୍ୟ ରହିଛନ୍ତି ।

ସୂଚନା ଯେ, ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଦୋଷ ପ୍ରମାଣ କରିବାକୁ କୁନ୍ଦ୍ରାଙ୍କ ବିରୋଧରେ ସମସ୍ତ ପ୍ରମାଣ ଅଛି ବୋଲି ମୁମ୍ବାଇ ପୋଲିସ ଦାବି କରିଛି । ଯାଞ୍ଚ ବେଳେ ରାଜ୍‌ କୁନ୍ଦ୍ରାଙ୍କ ଲାପଟପରୁ ୬୮ଟିୁ ଆଡଲ୍ଟ ଫିଲ୍ମ ମିଳିଥିଲା । ଏହା ସହିତ ଚକ୍ରାନ୍ତ କରି ତାଙ୍କର ଆଇ-କ୍ଲାଉଡ୍‌ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲେ ରାଜ୍‌ । ଅଶ୍ଳୀତ ଚଳଚ୍ଚିତ୍ର ତିଆରି କରିବା ମାମଲାରେ ପ୍ରଥମେ ତାଙ୍କୁ ଗିରଫ କରିବା ସହିତ ଜୁଲାଇ ୨୩ ତାରିଖରେ ତାଙ୍କୁ ଜୁଲାଇ ୨୩ ତାରିଖରେ ରିମାଣ୍ଡରେ ନେବା ସହିତ ଜୁଲାଇ ୨୭ ତାରିଖରେ ନ୍ୟାୟିକ ହେପାଜତକୁ ପଠାଇଥିଲା । ଏବେ ସେ ଜେଲରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking