28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଜାଗର ପାଇଁ ଧବଳେଶ୍ୱରରେ ୧୪୪ ଧାରା

ଜାଗର ପାଇଁ ଧବଳେଶ୍ୱରରେ ୧୪୪ ଧାରା

ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ ଧବଳେଶ୍ୱର ପୀଠରେ ଜାରି ହେବ ୧୪୪ ଧାରା । ପୂଜକ ସମିତି ଓ ଜିଲ୍ଲା ପ୍ରଶାସନର ବୈଠକ ପରେ ଉପଜିଲ୍ଲାପାଳ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଜାଗର ଦିନ ସକାଳ ୬ରୁ ପରଦିନ ସକାଳ ୬ଟା ଯାଏଁ ୧୪୪ ଧାରା ଲାଗୁ ହେବ । କୋଭିଡ କଟକଣା ଭିତରେ କେବଳ ଠାକୁରଙ୍କ ରୀତିନୀତି କରାଯିବ । ଚଳିତବର୍ଷ କୋଭିଡ୍ ହେତୁ ଅନେକ ଯାନିଯାତ୍ରାରେ କଟକଣା ଲାଗିସାରିଛି । ଏବେ ପୁଣି କରୋନା ଲେଉଟି ଥିବାରୁ ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ କଟକଣାକୁ ମାନି ଶିବରାତ୍ରୀ ପାଳନ ହେବ ବୋଲି କିଛି ଦିନ ପୂର୍ବେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଏମସି କମିଶନର । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବୟସ୍କ ଲୋକଙ୍କୁ ମନ୍ଦିର ବାରଣ ସହିତ ଏଥର ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଳନ ହେବ ବୋଲି ସେ କହିଥିଲେ ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନାର ପରିବର୍ତିନ ରୂପ ଏବେ ଭୟ ସଂଚାର କରିଛି । ଯାହାକୁ ନେଇ ଏବେ ସତର୍କ ହୋଇଯାଇଛନ୍ତି ସରକାର । ଯେତେ ସମ୍ଭବ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି । ବ୍ରିଟେନ ଷ୍ଟ୍ରେନ ଏବେ ପୁଣି ଭୟ ସଂଚାର କରାଇଲାଣି ଯେଉଁଥିପାଇଁ ଏବେ ସମସ୍ତ ଦେବାଳୟ ମାନଙ୍କରେ ଜାଗରକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking