28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶିମିଳିପାଳ ନିଆଁ: ମରିନାହାନ୍ତି ଜୀବଜନ୍ତୁ

ଶିମିଳିପାଳ ନିଆଁ: ମରିନାହାନ୍ତି ଜୀବଜନ୍ତୁ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନେଇ ପିସିସିଏଫ ଶଶି ପଲ୍ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଶିମିଳିପାଳରେ ମୋଟ ୨୦୯ଟି ବିଟ୍ ରହିଛି । ୨୦୯ ବିଟରୁ ୩/୪ଟି ବିଟରେ ନିଆଁ ଲାଗିଛି । ଶୁଖିଲା ତାଳପତ୍ରରେ ନିଆଁ ଲାଗିଛି । ବଡ ଗଛ, ଜୀବଜନ୍ତୁଙ୍କର କ୍ଷତି ହୋଇନାହିଁ । ବେଶି ଯେଉଁଠି ନିଆଁ ଲାଗିଥିଲା, ସେଠି ଲିଭାଇବା ବ୍ୟବସ୍ଥା ହୋଇଛି । ୨୫୦ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି . ଆଉ ଶହେ ଲାଗିବେ । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଥିଲେ , ଯାହାପରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାୟ ୧୦ ଦିନ ହେଲା ଅହରାତ୍ର ଜଳୁଛି ସବୁଜବନାନୀ ଶିମିଳିପାଳ ଅଭୟାରଣ୍ୟ । ଏସିଆର ଦ୍ବିତୀୟ ସର୍ବବୃହତ ଜୈବ ମଣ୍ଡଳ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଲାଗିଥିବା ନିଆଁ ଲିଭୁନି । ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ବି ସଫଳ ହୋଇନି । କିଛି ଦିନ ତଳେ ନୟାଗଡ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବର୍ତ୍ତମାନ ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲାରେ ଥିବା ୪ ଟି ବନଖଣ୍ଡ ବାରିପଦା, ଉଦଳା, ରାଇରଙ୍ଗପୁର , କରଞ୍ଜିଆ ଏବଂ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପର ମୋଟ ୨୧ ଟି ରେଞ୍ଜରୁ ୮ ଟି ରେଞ୍ଜରେ ୨୦ ଟି ବିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗର ୮୦୦ ବନ କର୍ମଚାରୀ, ୨୫୦ ନିଆଁ ଲିଭା ସ୍ବେଚ୍ଛାସେବୀ , ୨୪୦ ଟି ନିଆଁ ଲିଭା ଯନ୍ତ୍ର ସହ ୪୦ ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking