28.1 C
Bhubaneswar
Saturday, July 27, 2024
Homeବ୍ରେକୀଙ୍ଗନନ୍ଦୀଗ୍ରାମ ସିଟରୁ ମମତାଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ଶୁଭେନ୍ଦୁ ଅଧିକାରୀ

ନନ୍ଦୀଗ୍ରାମ ସିଟରୁ ମମତାଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ବଙ୍ଗାଳ ବିଧାନସଭା ନିର୍ବାଚନରେ ନାମାଙ୍କନ ଅଧିସୂଚନା ଜାରି ହେବା ପରେ ବିଜେପିରେ ପ୍ରାର୍ଥୀ ତାଲିକା ନେଇ ଚର୍ଚ୍ଚା ଜାରି ରହିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ହୋଇଥିବା ବଙ୍ଗାଳ କୋର୍ କମିଟି ବୈଠକ ପରେ ଦଳର ମହାନାୟକ ନେତା ରାଜୀବ ବାନାର୍ଜୀ ବଡ ଖୁଲାସା କରିଛନ୍ତି । ବାନାର୍ଜୀ କହିଛନ୍ତି, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ସିଟରୁ ନିର୍ବାଚନ ଲଢିବା ପାଇଁ ପାର୍ଟି ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ । ଗଣମାଧୟମ ସହ କଥାବାର୍ତ୍ତା ବେଳେ ପୂର୍ବ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି, ବଙ୍ଗାଳରେ କୋର୍ କମିଟି ବୈଠକରେ ଶୁବେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ସିଟରୁ ନିର୍ବାଚନ ଲଢିବା ନେଇ କହିଛନ୍ତି । ହେଲେ ଦଳର ହାଇକମାଣ୍ଡ ଏହା ଉପରେ ଏପର୍ଯ୍ୟନ୍ତ ରାଜି ହୋଇନାହାନ୍ତି । ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଭାରତର ପଶ୍ଚିମବଙ୍ଗର ପୁରବା ମେଦିନୀପୁର ଜିଲ୍ଲାର ଏକ ବିଧାନସଭା ନିର୍ବାଚନମଣ୍ଡଳୀ।

ଆହୁରି ମଧ୍ୟ କହିଛନ୍ତି, ବିଜେପିରେ ସିଟ ନେଇ ନାଁ ପ୍ରାୟ ନିଷ୍ପତ୍ତି ହୋଇସାରିଛି । ଏବେ ତା ଉପରେ ଶେଷ ମୋହର ସିଇସି ବୈଠକରେ ଲାଗିପାରେ । ଶୁଭେନ୍ଦୁ ଦୁଇଥର ବିଧାୟକ ରହିସାରିଛନ୍ତି । ନନ୍ଦୀଗ୍ରାମ ସିଟରୁ ଶୁଭେନ୍ଦୁ ଦୁଇ ଥର ବିଧାୟକ ହୋଇସାରିଛନ୍ତି । ଶୁଭେନ୍ଦୁ ମମତା ସରକାରରେ ପରିବହନ ସହିତ ଅନେକ ବଡ ମନ୍ତ୍ରାଳୟର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ତେବେ ନନ୍ଦୀଗ୍ରାମ ଆନ୍ଦୋଳନରେ ଶୁଭେନ୍ଦୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏଠାରେ କହିରଖୁଛୁ, ବିଗତ ଦିନରେ ତୃଣମୂଳ କଂଗ୍ରେସର ରଣନୀତିକାର ପ୍ରଶାନ୍ତ କିଶୋର, ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଜଂ ଦେଇ କହିଥିଲେ, ସେ ନନ୍ଦୀଗ୍ରାମରୁ ମମତାଙ୍କ ବିରୋଧରେ ନିର୍ବାଚନ ଲଢି ହରାଇ ଦେଖାନ୍ତୁ । ଶୁଭେନ୍ଦୁ ଅଧିକାରୀଙ୍କୁ ଜାଣିଶୁଣି ଜଣେ ବଡ ନେତା ଭାବରେ ପ୍ରମୋଟ କରାଯାଉଥିବା ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking