30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୧୨ ଏସସି, ୨୭ ଓବିସି ମନ୍ତ୍ରୀ ଓ ୧୧ ମହିଳାଙ୍କୁ ସ୍ଥାନ

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୧୨ ଏସସି, ୨୭ ଓବିସି ମନ୍ତ୍ରୀ ଓ ୧୧ ମହିଳାଙ୍କୁ ସ୍ଥାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀପରିଷଦରେ ଆଜି ସନ୍ଧ୍ୟା ୬ଟାରେ ସଂପ୍ରସାରଣ କରାଯିବ । କୁହାଯାଉଛି, ଆଗାମୀ ବିଧାନସଭା ନିର୍ବାଚନ ଓ ଜାତିଗତ ସମୀକରଣ ସମେତ ଅନ୍ୟ ସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ମନ୍ତ୍ରୀପରିଷଦରେ ପରିବର୍ତ୍ତନ କରାଯାଉଛି । ଯେଉଁଠି ଜ୍ୟୋତିରାଦିତ୍ୟ ସିନ୍ଧିଆ, ବରୁଣ ଗାନ୍ଧୀ, ଅନୁପ୍ରିୟା ପଟେଲଙ୍କ ଭଳି ଯୁବ ଚେହେରାଙ୍କ ଏଣ୍ଟ୍ରି ହେବା ନେଇ ସମ୍ଭାବନା ରହିଛି । ସେହିପରି କିଛି ମନ୍ତ୍ରୀଙ୍କ ପଦୋନ୍ନତି ଓ କିଛି କ୍ୟାବିନେଟରୁ ବିଦା ହୋଇଥିବା ନେଇ ଖବର ବି ରହିଛି । ତେବେ ଅନୁସୂଚିତ ଜାତିରୁ ମନ୍ତ୍ରୀପରିଷଦରେ ୧୨ ମନ୍ତ୍ରୀ ରହିବେ । ଯେଉଁଥିରେ ୨ କ୍ୟାବିନେଟ ମନ୍ତ୍ରୀ ରହିବେ । ଅନୁସୂଚିତ ଜନଜାତିରୁ ୮ ମନ୍ତ୍ରୀ ରହିବେ । ଯେଉଁଥିରେ ୩ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ । ଏହିପରି ମନ୍ତ୍ରୀ ପରିଷଦରେ ଓବିସିରୁ ୨୭ ମନ୍ତ୍ରୀ ରହିବେ । ଯେଉଁଥିରେ ୫ ଜଣ କ୍ୟାବିନେଟରେ ସାମିଲ ହେବେ । ଅଳ୍ପସଂଖ୍ୟକ ବର୍ଗରୁ ୫ ମନ୍ତ୍ରୀ, ଯେଉଁଥିରେ ୩ ଜଣ କୟାବିନେଟରେ ସାମିଲ ହେବେ ।
ସେହିପରି ମନ୍ତ୍ରୀ ପରିଷଦରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୧ ରହିବ । ଯେଉଂଥିରେ ୨ ଜଣ କ୍ୟାବିନେଟ ମନ୍ତ୍ରୀ ପଦରେ ରହିବେ । ସୂଚନା ମୁତାବକ, ସଂପ୍ରସାରଣ ପରେ ଗଠନ ହେବାକୁ ଥିବା ମନ୍ତ୍ରୀପରିଷଦରେ ୧୪ ମନ୍ତ୍ରୀଙ୍କ ବୟସ ସୀମା ୫୦ ବର୍ଷରୁ କମ ।
ପ୍ରାପ୍ତ ସୂଚନା ଅନୁସାରେ, ନୂଆ ମନ୍ତ୍ରୀ ପରିଷଦରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ୧୮ ପୂର୍ବତନ ମନ୍ତ୍ରୀ, ୩୯ ପୂର୍ବତନ ବିଧାୟକ ସାମିଲ ରହିବେ । ସେହିପରି ମନ୍ତ୍ରୀପରିଷଦରେ ୧୩ ଓକିଲ, ୬ ଡାକ୍ତର, ୫  ଇଂଜିନିୟର, ୭ ନୌକରଶାହ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking