30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୧୨ ମହାରାଷ୍ଟ୍ର ବିଧାୟକଙ୍କ ନିଲମ୍ବନ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

୧୨ ମହାରାଷ୍ଟ୍ର ବିଧାୟକଙ୍କ ନିଲମ୍ବନ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାର ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ନିଲମ୍ବନ କରାଯାଇଥିବା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି ଶେଷ କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି । ଜଷ୍ଟିସ ଏ.ଏମ.ଖାନ୍‌ୱିିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ସୁପ୍ରିମକୋର୍ଟ ପୀଠ ସମସ୍ତ ପକ୍ଷଙ୍କୁ ଏକ ସପ୍ତାହ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ କୌଣସି ବିଧାୟକଙ୍କୁ ୫୯ ଦିନରୁ ଅଧିକ ସମୟ ନିଲମ୍ବନ କରିବା ଅସାମ୍ବିଧାନିକ । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ବିଧାୟକ ଲଗାତାର ୬୦ ଦିନ ଧରି ଗୃହରେ ଅନୁପସ୍ଥିତ ରହିପାରିବେ ନାହିଁ । ସୂଚନାଯୋଗ୍ୟ ବାଚସ୍ପତିଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ୨୦୨୧ ଜୁଲାଇ ୫ରେ ମହାରାଷ୍ଟ୍ରର ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା । ଏହାର ପ୍ରତିବାଦରେ ସଂପୃକ୍ତ ବିଧାୟକମାନେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking