ମସୌରୀ: ଉତ୍ତରାଖଣ୍ଡର ମସୌରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନରେ ତାଲିମ ନେଉଥିବା ୮୫ ଜଣ ଟ୍ରେନି ଆଇଏଏସ୍ ଅଫିସର କୋଭିଡ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଅଫିସରମାନେ ରବିବାର ଏକାଡେମୀରେ ପହଞ୍ଚିବାପରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଡେରାଡୁନ ପ୍ରଶାସନ ପକ୍ଷରୁ କ୍ୟାମ୍ପସରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୯୬ତମ ଫାଉଣ୍ଡେସନ କୋର୍ସରେ ପ୍ରଶିକ୍ଷଣ ନେଉଥିବା ୪୮୯ ସିଭିଲ ସର୍ଭିସ ଅଫିସର ଡିସେମ୍ବର ୨୭ରେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ଏବଂ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବାକୁ ଯାଇଥିବାବେଳେ ୮୫ ଜଣ କୋଭିଡ୍ରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।