30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶସୁପ୍ରିମକୋର୍ଟରେ କୋଭିଡ୍ କ୍ଷତିପୂରଣ ମାମଲା : ଆନ୍ଧ୍ର, ବିହାର ମୁଖ୍ୟ ଶାସନ ସଚିବଙ୍କୁ ସମନ

ସୁପ୍ରିମକୋର୍ଟରେ କୋଭିଡ୍ କ୍ଷତିପୂରଣ ମାମଲା : ଆନ୍ଧ୍ର, ବିହାର ମୁଖ୍ୟ ଶାସନ ସଚିବଙ୍କୁ ସମନ

ନୂଆଦିଲ୍ଲୀ : କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ କେତେକ ରାଜ୍ୟ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପ୍ରତ୍ୟେକ କୋଭିଡ୍ ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ୱେ ସରକାରୀ ବାବୁଙ୍କ ଦୟା ଉପରେ ଏମାନେ ନିର୍ଭରଶୀଳ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ମତବ୍ୟକ୍ତ କରିଛନ୍ତି । ଏହି ପ୍ରସଙ୍ଗରେ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ଓ ବିହାର ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ସମନ ଜାରି କରିଛନ୍ତି । ସରକାରୀ ରେକର୍ଡ ଅନୁଯାୟୀ ଆନ୍ଧ୍ରରେ ୧୪,୪୭୧ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିଲେ ।

ତେବେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବାପରେ ଆନ୍ଧ୍ର ସରକାର କୋଭିଡ୍ ମୃତ୍ୟୁ ସମ୍ପର୍କିତ ନିୟମକୁ ସଂଶୋଧନ କରିଥିଲେ । ଫଳରେ ମୃତକଙ୍କ ତାଲିକା ୩୬,୨୦୫କୁ ବୃଦ୍ଧି ପାଇଥିଲା । ତେବେ ଜାନୁଆରୀ ୧୭ ସୁଦ୍ଧା ଆନ୍ଧ୍ରରେ କେବଳ ୧୧,୪୬୪ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିଛି । ଜଷ୍ଟିସ ଏମ.ଆର.ଶାହ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଏଭଳି ଖାମଖିଆଲ ମନୋଭାବକୁ ସମାଲୋଚନା କରିଛନ୍ତି । ଅପରପକ୍ଷରେ ବିହାରରେ ୧୨,୦୦୯ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ଘଟିଥିବାବେଳେ କେବଳ ୯୮୨୧ ପରିବାରକୁ କ୍ଷତିପୂରଣ ମିଳିସାରିଛି । ସୁପ୍ରିମକୋର୍ଟ ବିହାର ସରକାରଙ୍କ କୋଭିଡ୍ ମୃତ୍ୟୁ ରେକର୍ଡକୁ ଅବିଶ୍ୱାସ କରିବା ସହ ଏହାକୁ ଯଥାଶୀଘ୍ର ସଂଶୋଧନ କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking