40.1 C
Bhubaneswar
Thursday, April 25, 2024
Homeଖେଳସାନିଆ ମିର୍ଜାଙ୍କ ଅବସର ଯୋଜନା : ୨୦୨୨ ଅନ୍ତିମ ସିଜନ୍‌

ସାନିଆ ମିର୍ଜାଙ୍କ ଅବସର ଯୋଜନା : ୨୦୨୨ ଅନ୍ତିମ ସିଜନ୍‌

ମେଲ୍‌ବର୍ଣ୍ଣ : ଭାରତର ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜା ନିଜର ଅବସର ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି । ବୁଧବାର ସାନିଆ କହିଛନ୍ତି, ୨୦୨୨ ତାଙ୍କ କ୍ୟାରିୟର୍‌ର ଅନ୍ତିମ ସିଜନ୍ ହେବ । କାରଣ ତାଙ୍କ ଶରୀର ଏବେ ଥକି ପଡ଼ିଲାଣି ଏବଂ ପ୍ରତ୍ୟେକ ଦିନର ଚାପକୁ ମୁକାବିଲା କରିବା ପାଇଁ ତାଙ୍କ ମଧ୍ୟରେ ଆଉ ପୂର୍ବପରି ଶକ୍ତି ଓ ପ୍ରେରଣା ନାହିଁ । ୩୫ ବର୍ଷୀୟା ସାନିଆ ପୁତ୍ର ଜନ୍ମଦେବା ପରେ ୨୦୧୯ରେ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର କରୋନା ଭାଇରସ୍ ମହାମାରୀ ତାଙ୍କ ପ୍ରଗତିରେ ବାଧା ସୃଷ୍ଟି କରିଥିଲା । ସାନିଆ ନିଜ ଯୋଡ଼ିଦାର ନାଦିଆ କିଚ୍‌ନୋକ୍‌ଙ୍କ ସହ ଅଷ୍ଟ୍ରେଲିଆ ଓପନ୍‌ର ମହିଳା ଡବଲ୍ସର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ପରାଜିତ ହେବା ପରେ ବୁଧବାର ଏହି ଘୋଷଣା କରିଛନ୍ତି । ମ୍ୟାଚ୍ ପରବର୍ତ୍ତୀ ପ୍ରେସ୍ କନ୍‌ଫରେନ୍ସରେ ସାନିଆ କହିଛନ୍ତି, ‘ଏହି ନିଷ୍ପତ୍ତିର ବହୁ କାରଣ ରହିଛି ।

ଓକେ ମୁଁ ଖେଳିବନି ବୋଲି କହିବା ଏଜେ ସହଜ ନୁହେଁ । ମୋତେ ଫର୍ମକୁ ଫେରିବା ନିମନ୍ତେ ବହୁ ସମୟ ଲାଗିବ ବୋଲି ମୁଁ ଅନୁଭବ କରୁଛି । ସେ ଆହୁରି କହିଥିଲେ, ମୋ ପୁଅକୁ ଏବେ ତିନିବର୍ଷ ହୋଇଛି ଏବଂ ତା’ ସହିତ ଏତେ ଯାତ୍ରା କରି ତାକୁ ବିପଦପରେ ପକାଉଛି। ଏହା ଏପରି ଏକ ବିଷୟ ଯାହା ପ୍ରତି ମୋତେ ଧ୍ୟାନ ଦେବାକୁ ହେବ । ସାନିଆ କହିଥିଲେ, ମୋ ଶରୀର ମଧ୍ୟ ଏବେ ଦୁର୍ବଳ ହେବାକୁ ବସିଲାଣି । ଆଗି ମୋ ଆଣ୍ଠୁରେ ପ୍ରକୃତରେ ଯନ୍ତ୍ରଣା ହେଉଛି । ଏହା ଆମ ପରାଜୟର କାରଣ ବୋଲି କହୁନାହିଁ । ମାତ୍ର ମୋତେ ଲାଗୁଛି ବୟସ ବୃଦ୍ଧି ଯୋଗୁଁ ଫର୍ମକୁ ଫେରିବା ପାଇଁ କିଛି ସମୟ ଲାଗିବ । ସୂଚନାଯୋଗ୍ୟ, ସାନିଆ ମିର୍ଜା ୨୦୦୩ରେ ଇଣ୍ଟରନ୍ୟାସ୍‌ନାଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଖେଳିବା ଆରମ୍ଭ କରିଥିଲେ । ଭାରତର ଏହି ଷ୍ଟାର୍ ଟେନିସ୍ ଖେଳାଳି ଅଷ୍ଟ୍ରେଲିଆନ୍ ଓପନ୍‌, ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking