39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଟିଙ୍ଗ୍ ଦି ରିଟ୍ରିଟ୍‌ରେ ୧୦୦୦ ଡ୍ରୋନ୍‌

ବିଟିଙ୍ଗ୍ ଦି ରିଟ୍ରିଟ୍‌ରେ ୧୦୦୦ ଡ୍ରୋନ୍‌

ନୂଆଦିଲ୍ଲୀ: ଚଳିତବର୍ଷ ଜାନୁଆରୀ ୨୩ରୁ ୨୯ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଉତ୍ସବର ଶେଷ ଦିନ ଅର୍ଥାତ୍ ୨୯ରେ ନୂଆଦିଲ୍ଲୀର ବିଜୟ ଚୌକ୍‌ରେ ‘ବିଟିଙ୍ଗ୍ ଦି ରିଟ୍ରିଟ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏବର୍ଷ ଏହି କାର୍ଯ୍ୟକ୍ରମରେ ୧୦୦୦ ଡ୍ରୋନ୍‌କୁ ସାମିଲ କରାଯିବ । ଦିଲ୍ଲୀ ଆଇଆଇଟିର ସହଯୋଗରେ ବଟ୍‌ଲାବ୍ ଡାଇନାମିକ୍‌ସ ଏହି ଡ୍ରୋନ୍‌ଗୁଡିକୁ ନିର୍ମାଣ କରିଛି । ଏଥିସହିତ ଏହି ସମାରୋହରେ ନର୍ଥ ବ୍ଲକରୁ ସାଉଥ୍ ବ୍ଲକ୍ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଟ୍ଟାଳିକାରେ ଲେଜର ପ୍ରୋଜେକ୍‌ସନ ମଧ୍ୟ ଦେଖିବାକୁ ମିଳିବ । ଚଳିତବର୍ଷ ପରେଡ୍‌ରେ ୧୨ ରାଜ୍ୟ ଏବଂ ୯ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking