39.1 C
Bhubaneswar
Tuesday, April 23, 2024
Homeକରୋନା୩ ସପ୍ତାହ ମଧ୍ୟରେ ଶିଖର ଛୁଇଁବ ତୃତୀୟ ଲହର

୩ ସପ୍ତାହ ମଧ୍ୟରେ ଶିଖର ଛୁଇଁବ ତୃତୀୟ ଲହର

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍‌ର ତୃତୀୟ ଲହର ଅବ୍ୟାହତ ରହିଛି । ତେବେ ଆସନ୍ତା ତିନି ସପ୍ତାହ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି ଏସ୍‌ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି । ୨୦୨୧ ଡିସେମ୍ବର ପରଠାରୁ ଗ୍ରାମାଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ୧୫ଟି ସମ୍ବେଦନଶୀଳ (ପୂର୍ବରୁ ସବୁଠୁ ଅଧିକ ସଂକ୍ରମିତ ହେଉଥିବା) ଜିଲ୍ଲାରେ ଦୈନିକ ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଛି । ଗତବର୍ଷ ଡିସେମ୍ବରରେ ଏହି ୧୫ ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୬୭.୯ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୩୭.୪ ପ୍ରତିଶତକୁ ଖସିଆସିଲାଣି । ୧୫ ମଧ୍ୟରୁ ୧୦ଟି ଜିଲ୍ଲା ହେଉଛି ଦେଶର ପ୍ରମୁଖ ସହର ।

ଏଥିମଧ୍ୟରୁ କେବଳ ବେଙ୍ଗାଲୁରୁ ଓ ପୁଣେରେ ସଂକ୍ରମଣ ହାର ସାମାନ୍ୟ ଉଚ୍ଚରେ ରହିଛି । ଡିସେମ୍ବରରେ ଗ୍ରାମାଞ୍ଚଳ ଜିଲ୍ଲାଗୁଡିକରେ ସଂକ୍ରମଣ ୧୪.୪ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୩୨.୬ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଆମେରିକା ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ସନ୍ତୋଷଜନକ ରହିଥିବା ଜଣାପଡିଛି । ଆମେରିକାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଭାରତ ତୁଳନାରେ ପ୍ରାୟ ୭ ଗୁଣା ଅଧିକ ରହୁଛି । ଆମେରିକାର ୮୦ ପ୍ରତିଶତ ନାଗରିକ ଡବଲ ଡୋଜ୍ ଟିକା ନେଇଥିବା ସତ୍ତ୍ୱେ ଦୈନିକ ସଂକ୍ରମଣ ଏହି ବେଗରେ ବୃଦ୍ଧି ପାଉଥିବା ଚିନ୍ତାର କାରଣ ପାଲଟିଛି ।

ସେହି ତୁଳନାରେ ଭାରତର ୬୪ ପ୍ରତିଶତ ନାଗରିକ ଡବଲ ଡୋଜ୍ ଏବଂ ୮୯ ପ୍ରତିଶତ ସିଙ୍ଗଲ ଡୋଜ୍ ଟିକା ନେଇସାରିଛନ୍ତି । ଗ୍ରାମାଞ୍ଚଳରେ ୮୩ ପ୍ରତିଶତ ଲୋକ ଟିକା ନେଇସାରିଥିବାରୁ ସେମାନଙ୍କ ଉପରେ ତୃତୀୟ ଲହରର ଏତେଟା କୁପ୍ରଭାବ ପଡିବ ନାହିଁ ବୋଲି ଆଶା କରାଯାଉଛି । କୋଭିଡ୍ କଟକଣାକୁ ଅଧିକ କଡାକଡି କରାଗଲେ, ଆସନ୍ତା ୩ ସପ୍ତାହ ମଧ୍ୟରେ ତୃତୀୟ ଲହର ଶିଖରରେ ପହଞ୍ଚିବ ବୋଲି ଏସ୍‌ବିଆଇର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତିି ଘୋଷ ଏହି ରିପୋର୍ଟରେ ଦର୍ଶାଇଛନ୍ତି । ଅପରପକ୍ଷରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ରାଜସ୍ଥାନର ଗ୍ରାମାଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking