38.1 C
Bhubaneswar
Friday, April 26, 2024
Homeଓଡିଶାଆଉ ୧୦ ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଆଉ ୧୦ ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଭୁବନେଶ୍ୱର: କିଛି ଦିନ ହେବ ଲଗାତର ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଯାହାକି ଚିନ୍ତାର ବିଷୟ । ଆଜି ପୁଣି ରାଜ୍ୟରେ ଆଉ ୧୦ ଜୀବନ ନେଇଛି କରୋନା ଭୁତାଣୁ।ରାଜ୍ୟରେ ପୁଣି ୧୦ ଜଣଙ୍କ ମୁଣ୍ଡ ନେଲା କରୋନା । କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୦ରେ ପହଞ୍ଚିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି ।

ଏହି ୧୦ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ ରହିଥିବା ବେଳେ ଗଜପତିରୁ ଜଣେ, ଗଞ୍ଜାମରୁ ତିନି ଜଣ, ଝାରସୁଗଉଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ବର୍ଷୀୟ ଓ ୬୦ବର୍ଷୀୟ ପୁରୁଷ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨ଜଣ ୬୦ବର୍ଷୀୟ ପୁରୁଷ , ୩୦ ବର୍ଷୀୟ ଯୁବକ ରହିଛନ୍ତି । ସେହିପରି ବାଲେଶ୍ୱରରୁ ଜଣେ ୩୭ବର୍ଷୀୟ ପୁରୁଷ ରହିଥିବା ବେଳେ ଆଉ ଜଣେ ୬୦ ବର୍ଷୀୟ ମହିଳା ରହିଛନ୍ତି । ଝାରସୁଗୁଡା ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ପୁରୁଷ ରହିଛନ୍ତି । ରାୟଗଡା ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ଜଣେ ୩୭ ବର୍ଷାୟ ପୁରୁଷ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୦୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୬୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୩୦ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking