32.1 C
Bhubaneswar
Friday, April 26, 2024
Homeଓଡିଶାସଙ୍ଗରୋଧ କେନ୍ଦ୍ରରେ କୋଭିଡ ନିୟମ କୁ ଫୁ । ଦୁଇ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ପାଚେରୀ...

ସଙ୍ଗରୋଧ କେନ୍ଦ୍ରରେ କୋଭିଡ ନିୟମ କୁ ଫୁ । ଦୁଇ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାର ବେଳେ ଧରିଲେ ସ୍ଥାନୀୟ ଯୁବକ ।ଭିଡିଓ ଭାଇରାଲ

 
କେନ୍ଦୁଝର: କେନ୍ଦ୍ରରେ କୋଭିଡ ନିୟମ କୁ ଫୁ । ଦୁଇ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାର ବେଳେ ଧରିଲେ ସ୍ଥାନୀୟ ଯୁବକ ।ଭିଡିଓ ଭାଇରାଲ୍ ।ସଂଗରୋଧ୍ କେନ୍ଦ୍ରରେ କୋଭିଡ ନିୟମ କୁ ଫୁ କରି ଉଡାଇ ଦେଉଛନ୍ତି ପ୍ରବାସୀ ଓଡ଼ିଆ ।ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଫେରାର ହେଉଥିବା ବେଳେ ସ୍ଥାନୀୟ ଯୁବକ ଧରି ପୋଲିସ ଜିମା ଦେଇ ଥିଲେ । । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ସଙ୍ଗରୋଧ କେନ୍ଦ୍ରରୂ ଦୁଇ ଜଣ ପ୍ରବାସୀ ଗତକାଲି ବିଳମ୍ବିତ ରାତିରେ ପାଚେରୀ ଡେଇଁ ବାହାରକୁ ପଳାଇଯାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ର ପାଖରେ ଥିବା ସାହିର କିଛି ଯୁବକ ଦେଖିଥିଲେ ।ଏବଂ ଦୁଇଜଣ ପ୍ରବାସୀ ଙ୍କୁ ଅଟକାଇ ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିଲା ।ସୂଚନା ମୁତାବକ ଗତ ଚାରିଦିନ ତଳେ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ର ରୁ ତିନି ଜଣ ପ୍ରବାସୀ ପଜେଟିଭ ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ଉକ୍ତ ସଙ୍ଗରୋଧ କେନ୍ଦ୍ର ରୁ ପ୍ରବାସୀ ଫେରାର ଘଟଣା ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି । ସଙ୍ଗରୋଧ କେନ୍ଦ୍ରରେ ସିକ୍ୟୁରିଟ ବ୍ୟବସ୍ଥା ନଥିବାରୁ ମନଇଛା ପ୍ରବାସୀ ଓଡ଼ିଆଙ୍କୁ ଫେରାର ହେବାପାଇଁ ସୁଯୋଗ ମିଳୁଥିବା ଅଭିଯୋଗ ହେଉଛି । କେନ୍ଦୁଝର ରୁ ଅନିଲ ନନ୍ଦ ଙ୍କ ରିପୋର୍ଟ Ona Khabar

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking