ଯାଜପୁର:ଗତ ଶନିବାର ଅପରାହ୍ନ 5ଟା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମାଇକ୍ରୋସଫ୍ଟ ଟିମ ଆପ ଜରିଆରେ ସର୍ବ ଭାରତୀୟ ସ୍ତରରେ ଗ୍ରାହକମାନଙ୍କ ସହ ପ୍ରଥମ ୱେବନିଅର ଅନୁଷ୍ଠିତ ହୋଇ ଯାଇଛି।କୋଭିଡ-19 ପରି ପ୍ରତିକୂଳ ପରିସ୍ଥିତିରେ ବିଶେଷକରି ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଗ୍ରାହକମାନେ କିପରି ନିଜର ଧନ ଓ ଜୀବନ ଉଭୟର ସୁରକ୍ଷା କରି ପାରିବେ ତଥା ଗ୍ରାହକ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟନେଇ ପ୍ରଥମ ପର୍ଯ୍ୟାୟରେ କିଛି ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯାଜପୁର ରୋଡ଼ ରିଜିଅନ ତରଫରୁ ଅଂଚଳ ମୁଖ୍ୟ ଶ୍ରୀ ପ୍ରବୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲାର 58 ଟି ଗ୍ରାମୀଣ ଶାଖା ଅଂଚଳରୁ ପ୍ରାୟ 70/75 ଜଣ ଗ୍ରାହକଙ୍କୁ ୱେବନିଅର ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ସେ ତାଙ୍କ ବକ୍ତବ୍ୟରେ ସର୍ବପ୍ରଥମେ ଗ୍ରାହକ ମାନଂକୁ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ,ଗ୍ଲୋବ, ସାନିଟାଇଜର, ସାବୁନ ଆଦିର ବ୍ୟବହାର କରି ସେମାନଙ୍କ ବ୍ୟବସାୟକୁ ସରକାରୀ କାନୁନ ବ୍ୟବସ୍ଥା ମାନି ଚଳାଇବା ପାଇଁ ନିବେଦନ କରିଥିଲେ।
ଗ୍ରାହକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମ ଯଥା ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ATM, YONO cash, PAPL(ପୂର୍ବନୁମୋଦିତ ବ୍ୟକ୍ତିଗତ ଋଣ) ଗ୍ରାହକ ସେବା କେନ୍ଦ୍ର ମାନଙ୍କ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। କରୋନା ପରି ମହାମାରୀ ସମୟରେ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ କିପରି ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆବଶ୍ୟକ ସ୍ଥଳେ ସେମାନଙ୍କ ଘରକୁ ଯାଇ ସେବା ପ୍ରଦାନ କରୁଛନ୍ତି( door step banking) ସେ ସମ୍ବନ୍ଧରେ ଅବଗତ କରାଇଥିଲେ। ସର୍ବ ଶେଷରେ ଗ୍ରାହକ ସେବାର ମାନବୃଦ୍ଧି ପାଇଁ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନ ମାନଙ୍କରେ ଅଧିକରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହା ଏକ ଅଭିନବ ପ୍ରୟାସ ଓ ସମୟ ଉପଯୋଗୀ କରି ଅନେକ ପ୍ରତିଭାଗୀ ଏହାର ଭୁୟସୀ ପ୍ରଶଂସା କରିଥିଲେ।