28.1 C
Bhubaneswar
Saturday, April 27, 2024
Homeଅପରାଧ୩ କୁଇଣ୍ଟାଲ ଲୁହା ସାମଗ୍ରୀ ଜବତ, ୫ ଗିରଫ

୩ କୁଇଣ୍ଟାଲ ଲୁହା ସାମଗ୍ରୀ ଜବତ, ୫ ଗିରଫ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେହେରାମାଲସ୍ଥିତ ଫେବ୍ରିକେସନ ଗୋଡାଉନରୁ ଚୋରି ହୋଇଥିବା ୩ କୁଇଣ୍ଟାଲ ଲୁହା ସାମଗ୍ରୀକୁ ପୁଲିସ ଜବତ କରିଛି । ଏହାସହ ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତାମାନେ ହେଲେ କୁକୁରଜଙ୍ଘା ହରେକୃଷ୍ଣପୁରର ରୁପକ ଗୁରୁ, ଲକ୍ଷ୍ମଣ ସାହୁ, ବୁଲୁ ସାହୁ, ଲଲିତ ରୋହିଦାସ, ଜିତେନ ସିଦାର ହୋଇଥିବା ବେଲେ ରୁପକ ଗୁରୁ ବିରୋଧରେ ପୂର୍ବରୁ ୬ଟି ଚୋରୀ ମାମଲା ବଡମାଲ ଥାନାରେ ରହିଥିବା ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବେହେରାମାଲସ୍ଥିତ ଫେବରିକେସନ ଗୋଡାଉନରୁ ଗତ ୧୨ ତାରିଖ ରାତିରେ ଚୋରମାନେ ପ୍ରାୟ ୩ କୁଇଣ୍ଟାଲ ଓଜନର ଲୁହା ଏଙ୍ଗଲ, ଚେନାଲ, ସିଟ୍ସ ଆଦି ଚୋରି କରିଥିଲେ । ଏନେଇ ଗୋଡାଉନ ମାଲିକ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରୁପକ ଓ ତା’ର ସହଯୋଗୀମାନେ ସ୍ଥାନୀୟ ଅଂଚଳରେ କିଛିଦିନ ପୂର୍ବରୁ ବୁଲାବୁଲି କରୁଥିବା ଖବରପାଇ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଏହାପରେ ଅଭିଯୁକ୍ତମାନେ ଚୋରି କରିଥିବା ସ୍ୱିକାର କରିବା ସହ ଚୋରୀ ସାମଗ୍ରୀ ପୁଲିସକୁ ହସ୍ତାନ୍ତର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking