29.1 C
Bhubaneswar
Saturday, April 27, 2024
Homeରାଜନୀତିଦାୟିତ୍ବ ଗ୍ରହଣ କଲେ ସମୀର 

ଦାୟିତ୍ବ ଗ୍ରହଣ କଲେ ସମୀର 

ଭୁବନେଶ୍ବର : ସମୀର ମହାନ୍ତି ଆଜି ବିଜେପିର ରାଜ୍ୟ ସଭାପତିଭାବେ ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଜେପି ରାଜ୍ୟ କାର‌୍ୟ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମୀର ମହାନ୍ତି ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ଅରୁଣ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ କାର‌୍ୟ୍ୟାଳୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଗତକାଲି ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ୍ ବେଳେ ତାଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ବୋଲି  ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଥିଲେ।
https://onakhabar.com/2020/01/17/wayfaring/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking