29.1 C
Bhubaneswar
Saturday, April 27, 2024
Homeଅପରାଧଯୌତୁକ ଜୁଇରେ ରିଜା; ସ୍ୱାମୀ,ଦିଅର ଓ ଶ୍ୱଶୁର ଅଟକ 

ଯୌତୁକ ଜୁଇରେ ରିଜା; ସ୍ୱାମୀ,ଦିଅର ଓ ଶ୍ୱଶୁର ଅଟକ 

ବୁଗୁଡା : ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ତିନିବର୍ଷ ପୂର୍ବେ ବିବାହ କରିଥିବା ରିଜା ସାହୁ ଗତକାଲି ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବୁଗୁଡା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ପଦ୍ମନାଭ ସାହୁଙ୍କ ବଡ ପୁଅ ଗୋପାଳ ସାହୁ ତିନି ବର୍ଷ ପୂର୍ବେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗ୍ରାମାର ଅରୁଣ ସାହୁଙ୍କ ତୃତୀୟ ଝିଅ ରିଜା ସାହୁଙ୍କୁ ବିବାହ କରିଥିଲେ । ବିବାହର ବର୍ଷକ ପରେ ରିଜା ଓ ଗୋପାଳଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ରିଜା ବର୍ତ୍ତମାନ ଗର୍ଭବତୀ ଥିଲେ । ବିବାହ ପରେ ଯୌତୁକ ପାଇଁ ରିଜାଙ୍କୁ ସ୍ୱାମୀ ଓ ଶାଶୁ ନିର୍ଯାତନା ଦେବା ଫଳରେ ରିଜା ଏକ ବର୍ଷ ଆଠ ମାସର ଝିଅକୁ ଛାଡି ବାପା ଘରକୁ ଚାଲି ଯାଇଥିଲେ । ଜୁନ ୨ ତାରିଖ ଦିନ ରିଜାଙ୍କ ଶ୍ୱଶୁର, ସ୍ୱାମୀ ଓ ଦିଅର ଜରଡ଼ ଯାଇଥିଲେ । ଜରଡ଼ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ମିଳାମିଶା ହୋଇଥିଲା । ଦୁଇ ଦିନ ତଳେ ଗୋପାଳ ଜରଡ଼ ଯାଇ ପତ୍ନୀ ରିଜାଙ୍କୁ ଧରି ସନ୍ଧ୍ୟାରେ ଗ୍ରାମ ମାଣିକପୁର ଆସିଥିଲେ । ଆଜି ସକାଳେ ରିଜା ବିଷପାନ କରି ମୃତ୍ୟୁବରଣ କରିଥିବା ଗୋପାଳ ଚନ୍ଦ୍ର ସାହୁ ଫୋନ କରି ଜଣାଇଥିଲେ ବୋଲି ଅଭିଯୋଗ କରିବା ସହ ଯୌତୁକ ନିର୍ଯାତନା ପାଇଁ ଝିଅର ମୃତ୍ୟୁ ଘଟିଥିବା ରିଜାଙ୍କ ମାଆ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ । ଏନେଇ ବାଲିପଦର ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ରିଜାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ସାହୁ ଏବଂ ଶ୍ୱଶୁର ଓ ଦିଅରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking