33.1 C
Bhubaneswar
Saturday, April 27, 2024
Homeଓଡିଶାକଂଗ୍ରେସରେ ଯୋଗଦେଲେ ଯୁବ ବିଜେଡି ନେତା

କଂଗ୍ରେସରେ ଯୋଗଦେଲେ ଯୁବ ବିଜେଡି ନେତା

ବଲାଙ୍ଗିର: ଜିଲ୍ଲା ଯୁବ ବିଜେଡି ସୋସିଆଲ ମିଡିଆ କୋଡିନେଟର ଇଂ. ଦେବୀ ପ୍ରସନ୍ନ ମହାକୁର ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସ ଦଳର ନୀତି ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଜନାଭିମୁଖୀ ନେତୃତ୍ୱରେ ତାଙ୍କୁ ଅନୁପ୍ରାଣିତ କରିଛି । ତା ଛଡା ବିଜେଡି ଦଳର ଅନ୍ୟାୟ, ଅତ୍ୟାଚାର ତଥା ଦଳୀୟ କର୍ମୀଙ୍କୁ ଅଣଦେଖା ପାଇଁ ସେ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଥିବା କହିଛନ୍ତି ।

ଶନିବାର ଦିନ ଶ୍ରୀ ମହାକୁର ନିଜ ସମର୍ଥକଙ୍କ ସହ ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବରେ କଂଗ୍ରେସ ରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ପୁଷ୍ପମାଲ୍ୟ ଦେଇ ତାଙ୍କୁ ଦଳରେ ସ୍ୱାଗତ ଜଣାଇଥିଲେ । ଦେବୀ ପ୍ରସନ୍ନଙ୍କ ଯୋଗଦାନ ଫଳରେ କଂଗ୍ରେସ ସୋସିଆଲ ମିଡିଆ ଆହୁରି ମଜବୁତ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଲୋପନ ମିଶ୍ର, ନାସିର ଖାନ, ରାହୁଲ ସାହୁ, ଅଶ୍ୱିନୀ ସାହୁ ପ୍ରମୁଖ କଂଗ୍ରେସ ଯୁବ ନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking