37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାଙ୍ଗିବ ୨୪ ବର୍ଷର ବୈବାହିକ ସଂପର୍କ!

ଭାଙ୍ଗିବ ୨୪ ବର୍ଷର ବୈବାହିକ ସଂପର୍କ!

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡ଼ି ଅରବାଜ ଖାନ୍ ଏବଂ ମଲାଇକାଙ୍କ ପରେ, ଏବେ ସୋହେଲ ଖାନ୍ ଏବଂ ତାଙ୍କ ପତ୍ନୀ ସୀମା ସଜଦେହ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୯୯୮ ରେ ଉଭୟ ବିବାହ କରିଥିଲେ । ଏବେ ବିବାହର ୨୪ ବର୍ଷ ପର ଅଲଗା ହେବାର ତାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ପାଇଁ ଆଶ୍ଚର୍ଯ୍ୟ କରିଦେଇଛି । ନିକଟରେ ଏକ ସାକ୍ଷାତକାରରେ ସୀମା ସଜଦେହ ସୋହେଲଙ୍କ ସହ ଛାଡ଼ପତ୍ର ନେଇ କାରଣ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଆପଣଙ୍କ ପିଲମାନେ, ପରିବାର ସଦସ୍ୟ, ଭାଇ ଭଉଣୀ କେହି ବି ଆପଣଙ୍କୁ ଏଭଳି ସ୍ଥିତିରେ ଦେଖିବାକୁ ଚାହିବେନି ।

ଏଥିପାଇଁ ଆପଣ ସବୁବେଳେ ସେହି ବ୍ୟକ୍ତିଙ୍କ ପାଇଁ ଚିନ୍ତିତ ରହିଥାନ୍ତି । ଏହି କାରଣରୁ ମୁଁ ଜୀବନକୁ ସକରାତ୍ମକ ଚିନ୍ତାଧାରାରେ ଦେଖିବା ଆରମ୍ଭ କରିଥିଲି । ମୁଁ ସବୁ ନକରାତ୍ମକତାକୁ ହଟାଇ ଦେଇଛି । ସୀମା କହିଛନ୍ତି ମୁଁ ମୋ ଜୀବନରେ ସେହି ସ୍ଥାନରେ ପହଞ୍ଚିଛି ଯେଉଁଠାରେ ମତେ କୌଣସି ଜିନିଷର ଚିନ୍ତା ନାହିଁ । ଲୋକଙ୍କୁ ଜଣା ଅଛି ଯେ ସୀମା କିଏ । ତାଙ୍କ ପରିବାର କ’ଣ, ଆଖ ପାଖରେ ଥିବା ଲୋକେ ସମସ୍ତେ ଜାଣିଛନ୍ତି ଯେ ସେ କିଏ । ସୂଚନାଯୋଗ୍ୟ ସୀମା ଜଣେ ପରିଚିତ ଫ୍ୟାସନ ଡିଜାଇନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking