24.1 C
Bhubaneswar
Thursday, May 9, 2024
Homeଏସିଆ କପ୍‌ଏସିଆ କପ୍‌ : ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ

ଏସିଆ କପ୍‌ : ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ

ଦୁବାଇ: ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ହୃଦସ୍ପନ୍ଦନ ବଢାଇ ଦେଉଥିବା ଏସିଆ କପ୍‌ର ଦ୍ଵିତୀୟ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି। ବିଜୟ ସହିତ ଭାରତ ଟି-୨୦ ବିଶ୍ଵ କପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଏଥିସହ ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଭାରତ। ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ବହୁ କଷ୍ଟରେ ହାସଲ କରିଛି। ରବୀନ୍ଦ୍ର ଜାଡେଜା(୩୫ ରନ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୩୩ ରନ)ଙ୍କ ଅପରାଜିତ ଲଢୁଆ ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିଛି। ପାଣ୍ଡ୍ୟା ବିଜୟ ସୂଚକ ଛକା ମାରିଛନ୍ତି। ବିରାଟ କୋହଲି ୩୫ ରନ କରିଛନ୍ତି।

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ କେଏଲ ରାହୁଲଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦଳର ସ୍କୋରକୁ ଆଗୁ ବଢାଇନେଇଥିଲେ। ହେଲେ ଭାରତର ସ୍କୋର ୫୦ ହୋଇଥିବା ସମୟରେ ଅଧିନାୟକ ରୋହିତ ଶର୍ମା ନସୀମ ଶାହଙ୍କ ଶିକାର ବନିଥିଲେ। ରୋହିତ ୧୮ ବଲ୍‌ରେ ୧୨ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ବିରାଟ ମଧ୍ୟ ଅଧିକ ସମୟ ରହିପାରିନଥିଲେ ଦଳର ସ୍କୋର ୫୩ ଥିବା ବେଳେ ସେ ମଧ୍ୟ ମହମ୍ମଦ ନୱାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ବିରାଟ ୩୪ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

ଟିମ୍‌ ଇଣ୍ଡିଆର ୩ ଜଣ ବଡ ବ୍ୟାଟର ରାହୁଲ,ରୋହିତ ଓ ବିରାଟ ଆଉଟ ହେବାପରେ ଜେଡେଜା-ସୂର୍ଯ୍ୟ କୁମାର ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ସୂର୍ଯ୍ୟ କୁମାର ୧୮ ବଲ୍‌ରେ ୧୮ ରନ୍‌ କରି ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ପରେ ବ୍ୟାଟରେ ପାକିସ୍ତାନକୁ ଦମ୍‌ ଦେଖାଇଥିଲେ। ଜାଡେଜା ଓ ପାଣ୍ଡ୍ୟା ଦଳକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇବା ସମୟରେ ଜାଡେଜା ୩୫ ରନ୍‌ରେ ଆଉଟ ହୋଇଥିଲେ।ଜାଡେଜା ୨୯ ବଲରେ ୩୫ ରନ୍‌ କରି ମହମ୍ମଦ ନୱାଜଙ୍କ ତୃତୀୟ ଶିକାର ହୋଇଥିଲେ। ଜାଡେଜାଙ୍କ ପରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥ୍‌ ଦେଇ ଦଳକୁ ବିଜୟୀ କରିଥିଲେ। ହାର୍ଦ୍ଦିକ ୧୭ ବଲ୍‌ ଖେଳି ୩୩ ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିୟମିତ ଓ୍ବିକେଟ୍ ପତନର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତଖାର ୨୮ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ଟି ଓ୍ବିକେଟ ନେଇଥିବାବେ​ଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିଲେ । ଅର୍ସଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking