26.1 C
Bhubaneswar
Wednesday, May 8, 2024
Homeଅପରାଧସୋସିଆଲ ମିଡିଆରେ କରୋନା ଗୁଜବ କରି ଜଣେ ଗିରଫ

ସୋସିଆଲ ମିଡିଆରେ କରୋନା ଗୁଜବ କରି ଜଣେ ଗିରଫ

ହିନ୍ଦୋଳ : ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ କୁରୁମିଠା ଗ୍ରାମର ଜଣେ ବ୍ୟକ୍ତି ଏ ସଂପର୍କରେ ମିଥ୍ୟା ଖବର ସୋସିଆଲ୍ ମିଡିଆରେ ପ୍ରଚାର କରି ଗିରଫ ହୋଇଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, କରୋନା ସଂପର୍କିତ ଗୁଜବ ଓ ଆପତ୍ତିଜନକ ଖବର ସୋସିଆଲ୍ ମିଡିଆରେ ପଠାଇ ଲୋକଙ୍କୁ ବିଭ୍ରାନ୍ତ ନ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଏହାକୁ ଅମାନ୍ୟ କରି କୁରୁମିଠା ଗ୍ରାମର ପ୍ରଶାନ୍ତ ସାମଲ(୪୫) ମିଥ୍ୟା ଓ ଆପତ୍ତିଜନକ ମେସେଜ୍ ସୋସିଆଲ୍ ମିଡିଆରେ ପୋଷ୍ଟିଂ କରିଥିଲେ। ଏହା ଭାଇରାଲ୍ ହେବା ପରେ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଠାବ କରି ଗିରଫ କରିଥିଲା।
https://onakhabar.com/2020/04/10/doctor-cherished-his-duty-from-his-fathers-last-visit

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking