27.1 C
Bhubaneswar
Tuesday, May 7, 2024
Homeଓଡିଶାରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଜରପଡ଼ା ଥାନା ଦୁର୍ଗାପୁର ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ଯୁବକ ଜଣକ ମେରୁଯାତ୍ରା ଦେଖିବା ପାଇଁ ଯାଇଥିଲେ । ଗାଁ ଠାରୁ ୨୦୦ ମିଟର ଦୂର ଏକ ପିଣ୍ଡି ଉପରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଶବକୁ ଉଦ୍ଧାର କରିବା ସହ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ସେହିପରି ଭୁବନେଶ୍ୱର ନାଲକୋ ଛକରେ ଥିବା ଏକ ଗଛରେ ଝୁଲିଛି ଯୁବକଙ୍କ ମୃତଦେହ । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇ ଯାଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking