36.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧସ୍ୱିଡେନ, ଫିନ୍‌ଲାଣ୍ଡକୁ ରୁଷ୍‌ର ଧମକ : ନାଟୋରେ ଯୋଗଦେଲେ ପରମାଣୁ ଆକ୍ରମଣ ଅବଶ୍ୟମ୍ଭାବୀ

ସ୍ୱିଡେନ, ଫିନ୍‌ଲାଣ୍ଡକୁ ରୁଷ୍‌ର ଧମକ : ନାଟୋରେ ଯୋଗଦେଲେ ପରମାଣୁ ଆକ୍ରମଣ ଅବଶ୍ୟମ୍ଭାବୀ

ମସ୍କୋ : ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୫୦ତମ ଦିନରେ ଉପନୀତ ହୋଇଛି । ଇତିମଧ୍ୟରେ ସ୍ୱିଡେନ୍ ଓ ଫିନଲାଣ୍ଡକୁ ରୁଷ୍ ପକ୍ଷରୁ ଧମକ ଦିଆଯାଇଛିି । ଯଦି ଏ ଦୁଇ ରାଷ୍ଟ୍ର ଆମେରିକା ନେତୃତ୍ୱାଧୀନ ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)ରେ ଯୋଗଦିଅନ୍ତି, ତେବେ ବଲଟିକ୍ ସାଗର ଅଞ୍ଚଳରେ ରୁଷ୍ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରିବା ନିଶ୍ଚିତ ବୋଲି ରୁଷ୍ ସିକ୍ୟୁରିଟୀ କାଉନସିଲ୍‌ର ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେଭ୍ ଗୁରୁବାର କହିଛନ୍ତି । ଆବଶ୍ୟକ ପଡିଲେ, ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାକୁ ରୁଷ୍ କୁଣ୍ଠାବୋଧ କରିବ ନାହିଁ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି । ସୂଚନାଯୋଗ୍ୟ ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ଆସନ୍ତା ସପ୍ତାହରେ ନାଟୋରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ସାନ୍ନା ମାରିନ୍ କହିଛନ୍ତି ।

ତେଣୁ ନାଟୋରେ ଯୋଗଦାନ ପୂର୍ବରୁ ଏ ଦୁଇ ରାଷ୍ଟ୍ର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିବାକୁ ମେଦଭେଦେଭ୍ କହିଛନ୍ତି । ସ୍ଥିତି ଅନିୟନ୍ତ୍ରିତ ହେଲେ, ବଲଟିକ୍ ସାଗର ଏଣିକି ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ ଅଞ୍ଚଳଭାବେ ମାନ୍ୟତା ହରାଇବ ଏବଂ ଏଥିପାଇଁ ରୁଷ୍‌କୁ ଦାୟୀ କରିବା ଅନୁଚିତ ହେବବୋଲି ସେ କହିଛନ୍ତି । ପୋଲାଣ୍ଡ ଓ ଲିଥୁଆନିଆ ମଧ୍ୟବର୍ତ୍ତୀ ଅଞ୍ଚଳ କାଲିନିଗ୍ରାଦ୍‌ରେ ରୁଷ୍ ପୂର୍ବରୁ ପରମାଣୁ ଅସ୍ତ୍ର ମୁତୟନ କରିସାରିଛି । ତେଣୁ ରୁଷ୍‌ର ଏଭଳି ଧମକ କିଛି ନୂଆ ନୁହେଁ ବୋଲି ଲିଥୁଆନିଆ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ୧୯୧୭ରେ ରୁଷ୍ ନିକଟରୁ ଫିନଲାଣ୍ଡ ସ୍ୱାଧୀନତା ପାଇଥିବାବେଳେ ୧୯୩୯ରୁ ୧୯୪୫ ମଧ୍ୟରେ ରୁଷ୍ ବିରୋଧରେ ଦୁଇଥର ଯୁଦ୍ଧ ଲଢିସାରିଛି । ଏହି ଯୁଦ୍ଧରେ ଫିନଲାଣ୍ଡର କିଛି ଅଞ୍ଚଳକୁ ରୁଷ୍ ମାଡିବସିଥିଲା । ସ୍ୱିଡେନ ମଧ୍ୟ ବହୁ ବର୍ଷ ଧରି କମ୍ୟୁନିଷ୍ଟ ଶାସନକୁ ବିରୋଧ କରିଆସୁଥିବାବେଳେ ଏହାର ବିଦେଶ ନୀତି ବର୍ତ୍ତମାନ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଫୋକସ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking