26.1 C
Bhubaneswar
Tuesday, May 7, 2024
Homeଖେଳରେସ୍‌ଲିଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ : ଅଂଶୁଙ୍କୁ ଐତିହାସିକ ରୌପ୍ୟ

ରେସ୍‌ଲିଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ : ଅଂଶୁଙ୍କୁ ଐତିହାସିକ ରୌପ୍ୟ

ନୂଆଦିଲ୍ଲୀ: ନରୱେ ରାଜଧାନୀ ଓସ୍‌ଲୋରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ରେସ୍‌ଲର୍ ଅଂଶୁ ମଲିକ ଇତିହାସ ରଚିଛନ୍ତି । ଫାଇନାଲ୍‌ରେ ପ୍ରବେଶ କରିବାରେ ସେ ପ୍ରଥମ ଭାରତୀୟ ମହିଳା ରେସ୍‌ଲର୍ ହୋଇଛନ୍ତି । ତେବେ ଫାଇନାଲ୍‌ରେ ପରାଜିତ ହୋଇ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୫୭ କେଜି ବର୍ଗର ସେମିଫାଇନାଲ୍‌ରେ ଦବ୍‌ଦବା ବଜାୟ ରଖି ୧୯ ବର୍ଷୀୟା ଅଂଶୁ ଟେକ୍‌ନିକାଲ୍ ସୁପରିଅରିଟିରେ ଜୁନିୟର୍ ୟୁରୋପୀୟ ଚାମ୍ପିଅନ୍ ସୋଲୋମିଆ ବିଙ୍କ୍‌ଙ୍କୁ ହରାଇଥିଲେ ।

ଏହା ପୂର୍ବରୁ ୪ ଭାରତୀୟ ମହିଳା ରେସ୍‌ଲର୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ପଦକ ଜିତିଥିଲେ ମଧ୍ୟ ଜଣେ ବି ଫାଇନାଲ୍‌ରେ ପହଞ୍ଚିପାରି ନଥିଲେ । ସମସ୍ତେ ବ୍ରୋଞ୍ଜ୍ ପଦକରେ ହିଁ ସନ୍ତୁଷ୍ଟ ହୋଇଥିଲେ । ସେମାନେ ହେଲେ ଗୀତା ଫୋଗଟ୍ (୨୦୧୨), ବବିତା ଫୋଗଟ୍ (୨୦୧୨), ପୂଜା ଢାଣ୍ଡା (୨୦୧୮) ଓ ବିନେଶ ଫୋଗଟ୍ (୨୦୧୨) । ଅନ୍ୟପକ୍ଷରେ ଅଂଶୁ ବିଶ୍ୱ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ପହଞ୍ଚିବାରେ ୩ୟ ଭାରତୀୟ ହୋଇଛନ୍ତି । ତାଙ୍କ ପୂର୍ବରୁ ସୁଶୀଲ କୁମାର (୨୦୧୦) ଓ ବଜରଙ୍ଗ ପୁନିଆ (୨୦୧୮)ରେ ଏହି କୀର୍ତ୍ତିମାନ କରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ସୁଶୀଲ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking