39.1 C
Bhubaneswar
Friday, April 26, 2024
Homeଖେଳବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମହିଳା ଟି-୨୦ ମ୍ୟାଚ୍ ବାତିଲ

ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମହିଳା ଟି-୨୦ ମ୍ୟାଚ୍ ବାତିଲ

ନୂଆଦିଲ୍ଲୀ : ଭାରତ ମହିଳା କ୍ରିକେଟ୍ ଟିମ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୧୫.୨ ଓଭର୍‌ରେ ୪ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା । ଏହାପରେ ବର୍ଷା ହେବା ଯୋଗୁଁ ମ୍ୟାଚ୍ ବନ୍ଦ ରହିଥିଲା ଏବଂ ଶେଷରେ ଏହାକୁ ବାତିଲ କରାଯାଇଥିଲା । ମ୍ୟାଚ୍ ବନ୍ଦ ବେଳକୁ ଜେମିମା ରଡରିଗ୍ସ ୪୯ ଏବଂ ରିଚା ଘୋଷ ୧୭ ରନ୍ କରିରେ ବ୍ୟାଟିଂ କରୁଥିଲେ । ପୂର୍ବରୁ ସ୍ମୃତି ମନ୍ଧାନା ୧୭, ଶେଫାଳୀ ବର୍ମା ୧୮, କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ ୧୨ ଏବଂ ୟାସ୍ତିକା ଭାଟିଆ ୧୫ ରନ୍ କରିଥିଲେ । ଏହି ବାତିଲ ମ୍ୟାଚ୍‌ରୁ ଉଭୟ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଭାରତ ପକ୍ଷରୁ ରେଣୁକା ସିଂହ ଓ ୟାସ୍ତିକା ଭାଟିଆ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ତହଲିୟା ମ୍ୟାକ୍‌ଗ୍ରାଥ୍ ଓ ହନା ଡାର୍ଲିଟନ୍‌ଙ୍କର ଏହା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ସିରିଜ୍‌ର ପରବର୍ତ୍ତୀ ମ୍ୟାଚ୍ ଶନିବାର ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking