26.1 C
Bhubaneswar
Wednesday, May 8, 2024
Homeଓଡିଶାଆଜି ବିଶ୍ୱ ପଖାଳ ଦିବସ

ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଖରାଦିନ ଆସି ଗଲେ ବିଶେଷ କରି ଓଡ଼ିଆଙ୍କ ଘରେ ଖୋଜ ପଡେ ପଖାଳ କଂସା । ପଖାଳ ଓଡ଼ିଆ ଲୋକଙ୍କ ଗର୍ବ ଓ ଐତିହ୍ୟ ପରିଚୟର ପ୍ରତୀକକୁ ବୁଝାଏ । ପଖାଳ ପାଇଁ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ବିଶ୍ୱର ସବୁ ସ୍ଥାନରେ ରହୁଥିବା ଓଡ଼ିଆଙ୍କ ପରମ୍ପରା ବଞ୍ଚାଇ ରଖିବାକୁ ୨୦୧୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୁପେ ପାଳନ କରାଯାଏ ।
ଦେଶ ଓ ଦେଶ ବାହାରେ ସମସ୍ତ ସ୍ଥାନରେ ଥିବା ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ରୂଚି ପଖାଳ। ପୂର୍ବରୁ ପଖାଳ କେବଳ ଗରିବଙ୍କ ଖାଦ୍ୟ ଭାବେ ପରିଚିତ ଥିଲା କିନ୍ତୁ ଆଧୁନିକ ଯୁଗରେ ଜୀବନଯାପନ କରୁଥିବା ଲୋକଙ୍କ ପାଖରେ ମଧ୍ୟ ଏହି ପଖାଳର ମହତ୍ୱ ନିଆରା । କେବଳ ରାଜ୍ୟରେ ରହୁଥିବା ଓଡ଼ିଆ ନୁହଁନ୍ତ ରାଜ୍ୟ ବାହାରେ ରହୁ୍ଥିବା ଓଡ଼ିଆ ଲୋକ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରନ୍ତି । କେବଳ ଓଡ଼ିଆ ଲୋକ ନୁହେଁ କେତେକ ଅଣ ଓଡ଼ିଆ ଲୋକ ମଧ୍ୟ ପଖାଳ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ।ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ,ବଢି ଚୁରା, ବାଇଗଣ ଚଟଣୀ ,ପିଆଜ ଖାଇବାରେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ ତାହା ଅନ୍ୟ କୈାଣସି ଖାଦ୍ୟରେ ମିଳେ ନାହିଁ । ପଖାଳ ଖାଇ ତୋରାଣି ଟିକେ ପିଇ ଦେଲେ ଆହାଃ କି ଶାନ୍ତି । ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ପଖାଳକୁ ଆଗାମୀ ପୀଢି ଯାଏଁ ବଜାୟ ରଖିବାକୁ ମାର୍ଚ୍ଚ ୨୦ତାରିଖରେ ପଖାଳ ଖାଇ ଏହି ଦିନଟିକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking