28.1 C
Bhubaneswar
Friday, April 26, 2024
Homeକରୋନାକରୋନା ଚଡକ : କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ

କରୋନା ଚଡକ : କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା କୁ ଚିନ୍ତିତ ଥିବା ବେଳେ କରୋନା ସଂକ୍ରମଣର ପ୍ରଭାବକୁ ଆଖି ଆଗରେ ରଖାଯାଇ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲକୁ ସ୍ଥଗିତ ରଖାଯାଇଛି। ଏନେଇ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ ଜୁନ୍ ଶେଷ ସମେତ ଅନେକ ନୂତନ ତାରିଖ ବିଚାରକୁ ନିଆଯାଉଥିଲା। କିନ୍ତୁ ତାହା ସ୍ଥିର ହୋଇପାରି ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସମଗ୍ର ବିଶ୍ୱର ଏହି ସ୍ଵାସ୍ଥ ସଙ୍କଟ ସମୟରେ ଆମର ଚିନ୍ତାଧାରା କୋଭିଡ -୧୯ ର ପୀଡ଼ିତଙ୍କ ନିକଟକୁ ଯାଇଥାଏ ଏବଂ ଏହି ରୋଗ ସହ ଲଢ଼େଇ କରୁଥିବା ସମସ୍ତଙ୍କୁ ସାହସ ଦେବାର ଆବଶ୍ୟକତା ରହିଛି ।ଏହି କାରଣରୁ ମେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଏହାର ପରବର୍ତ୍ତୀ ତାରିଖ ଲାଗି ଅନେକ ବିକଳ୍ପକୁ ବିଚାର କରାଯାଇଛି। ହଜାର ହଜାର ଚଳଚ୍ଚିତ୍ର ନିର୍ମାତା, ସେଲିବ୍ରିଟି ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ଆକର୍ଷିତ କରୁଥିବା ଏହି ଉତ୍ସବ ଆଗକୁ କେବେ ଅନୁଷ୍ଠିତ ହେବ, ସେନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣାଯାଇଛି।
https://onakhabar.com/2020/03/20/world-pakhal-dibas/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking